ଫେଲମାରିଲା ରାଜ୍ୟସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା

( ବନବାସୀ ପ୍ରଧାନ) : ଫେଲମାରିଲା ‘ଆମ ଗାଁ ଆମ ବିକାଶ’ ଯୋଜନା । ନୂଆଗାଁ ବ୍ଳକ ଗୁଞ୍ଜିବାଡି ପଞ୍ଚାୟତଠାରୁ ତିନିକିଲୋମିଟର ଦୂରରେ ରହିଛି ବିନ୍ଦାପଡା ଗାଁ । ଏହି ଗାଁରେ ପ୍ରାୟ ଚାଳଶିରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏହି ଗାଁରେ ନା ଅଛି ସ୍କୁଲ, ନା ପକ୍କାରାସ୍ତା, ନା ବିଦ୍ୟୁତ ଆଲୁଅ। ଗାଁର ପିଲାମାନେ ତାର ସାହାର୍ଯ୍ୟରେ ନଦୀ ପାର ହୋଇ ରାଇକିଆ, ଗୁଞ୍ଜିବାଡି ଅଞ୍ଚଳକୁ ପାଠପଢିବାକୁ ଯାଇଥାନ୍ତି । ଏହି ବିପଦପୂର୍ଣ୍ଣ ତାର ଉପରେ ଯାତୟାତ କଲାବେଳେ ତାର ଛିଣ୍ଡି ଯାଇ ଜୀବନ ହରାଇଥିବା ଅଭିଯୋଗ ଅଛି । ଏନେଇ ବହୁବାର ପ୍ରଶାସନକୁ ପୋଲଟିଏ ନିର୍ମାଣ ନିମେନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ଏଯାଏ ମିଳିପାରୁନାହିଁ । ତେଣୁ ଲୋକମାନେ ଗଛରୁ ଅନ୍ୟଗଛକୁ ତାରଟିଏ ଟାଣି ବିପଦସଙ୍କୁଳ ଅବସ୍ଥାରେ ଯାତୟାତ କରୁଛନ୍ତି । ରାଜ୍ୟ ସରକାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ବିକାଶ ହୋଇଥିବା ଡିଣ୍ଡିମ ପିଟୁଛନ୍ତି । ବନ୍ଦାପଡା ଗାଁର ଦୃଶ୍ୟ ଦେଖିଲେ ଯେମିତି ଲାଗିବ ବିକାଶ ଏଠି ସାତ ସ୍ୱପ୍ନ ପାଲଟିଛି । ଏହି ତାର ଛିଣ୍ଡିବାରୁ କେତେ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ବିଷୟରେ ନୂଆଗାଁ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ଏସମ୍ପର୍କରେ ପିଏଆଇଟିଡିଏ ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।