ଭିଜିଲାନ୍ସ ଜାଲରେ ସରକାରୀ ବାବୁ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ପାରାଦୀପ ମାପ ଓ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକଙ୍କ ଠାରୁ ନଗଦ ଏକ ଲକ୍ଷ ୭୦ହଜାର ଜବତ ପରେ ଆଜି ତାଙ୍କ ଘରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ପାରାଦୀପ ମାପ ଓ ଓଜନ ବିଭାଗର ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ କୁମାର ସେଠୀଙ୍କୁ ଅଟକ ରଖାଯାଇଛି । ତେବେ ଆଜି ପାରାଦୀପ ଉଦୟପଟୁରେ ଥିବା ଭଡ଼ାଘର, ଯାଜପୁରରେ ଜବରାରେ ଥିବା ଘର, ବାଲେଘର ଉଲୁଡ଼ାରେ ଥିବା ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସର ଟିମ ଚଢାଉ କରିଛି । ପୂର୍ବରୁ ବିଶ୍ରାନ୍ତ କୁମାର ସେଠୀ ଜଗସିଂହପୁର ସହକାରୀ କଣ୍ଟ୍ରୋଲର ଭାବେ କାର୍ୟ୍ୟ କରୁଥିଲେ । ଏହି ସମୟରେ ସେ ଜିଲ୍ଲାର ତେଲ ଟ୍ୟାଙ୍କର ଓ ପେଟ୍ରୋଲ ପମ୍ପ ମାଲିକଙ୍କ ଠାରୁ ଲାଞ୍ଚ ମାଗୁଥିବା ଅଭିଯୋଗ ତାଙ୍କ ନାଁରେ ହୋଇଛି ।