(ମଧୁସ୍ମିତା ତ୍ରିପାଠୀ): କିଛି ସ୍ପେଶାଲ ଦିନମାନଙ୍କରେ ଘରେ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି ଲୋକମାନେ। ଏଥିପାଇଁ ଆପଣ ଘରେ କିଛି ନୂଆ ସ୍ପେଶାଲ ଆଇଟମ୍ କରି ଖୁଆଇପାରିବେ। ଏହି ସ୍ପେଶାଲ ଡିସ୍ ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ‘ବାଦାମ ଫିରନୀ’ ବନାଇବାର ପ୍ରସ୍ତୁତି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ ।
ଆବଶ୍ୟକୀୟ ସାମଗ୍ରୀ
ଦରପେଶା ଚାଉଳ ଗୁଣ୍ଡ ୧ କପ୍ , ୧ ବଡ ଚାମଚ ଘିଅ , ବାଦାମ କାଜୁ ୨ ଛୋଟ ଚାମଚ , କ୍ଷୀର ୪ କପ୍ , ପାଣି ୨ କପ୍ , ଚିନି ୨ କପ୍ , ପିସ୍ତା , ଅଳେଇଚ ୪ ଟି
ପ୍ରସ୍ତତି ପ୍ରଣାଳୀ
ସର୍ବପ୍ରଥମେ ଏକ ପ୍ୟାନ ନିଅନ୍ତୁ ସେଥିରେ ଘିଅକୁ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଚାଉଳ ଗୁଣ୍ଡ ପକାନ୍ତୁ ଏବଂ ୭ ରୁ ୮ ମିନିଟ୍ ଭାଜନ୍ତୁ । ଭଲ ଭାବରେ ହୋଇଗଲା ପରେ ଏଥର ଅଳେଇଚ ପକାନ୍ତୁ ଏବଂ ଭାଜନ୍ତୁ । ଏବେ ଏଥିରେ ପାଣି ଏବଂ କ୍ଷୀରକୁ ମିଶାନ୍ତୁ ଏବଂ ଏହିପରି ଭାବରେ ଲଗାତର ଗୋଳାନ୍ତୁ । ଏବେ ଏଥିରେ ବାଦାମ ଏବଂ ଚିନି ମିଶାଇ ଦିଅନ୍ତୁ ଏବଂ ଏହାକୁ ମିଡିୟମ ଆଞ୍ଚରେ ଗୋଳାନ୍ତୁ ୁ । ଏହା ଯେତେବେଳେ ତଳେ ବସିବାକୁ ଲାଗିବ ସେତେବେଳେ ଆଞ୍ଚକୁ ବନ୍ଦ କରିଦିଅନ୍ତୁ। ଏବେ ଏଥିରେ କଟା କାଜୁ, ପିସ୍ତାରେ ସଜାଇ ପରଷନ୍ତୁ।