(ଋିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକ ସାମଗ୍ରୀ: ଚିକେନ: ୧ କେଜି , ପିଆଜ: ୮ଟି ,କାଜୁ: ୧୨ଟି ,ଦହି: ଏକ୍ କପ୍ ,ରସୁଣ ପେଷ୍ଟ: ୨ ଚାମଚ୍ , ବାସ୍ମତୀ ଚାଉଳ: ୫୦୦ ଗ୍ରାମ, ତେଲ: ୪ ଚାମଚ୍ ,ଲବଙ୍ଗ: ୭ଟି,ଡାଲଚିନି: ୨ ଖଣ୍ଡ, ଇଲାଚି: ୫ଟି , ଧନିଆ ଗୁଣ୍ଡ: ୧ ଚାମଚ୍ , ଲଙ୍କା ଗୁଣ୍ଡ: ୧ ଚାମଚ୍ , ହଳଦୀ ଗୁଣ୍ଡ: ୧ ଚାମଚ୍, କଞ୍ଚାଲଙ୍କା: ୪ଟି, ଅଦା ପେଷ୍ଟ: ୧ ଚାମଚ୍,
କେଶର: ୧ ଚାମଚ୍ ,ଦେଶୀ ଘିଅ: ୪ ଚାମଚ୍ , ଧନିଆ ପତ୍ର: ୧ କପ୍ , ପୁଦିନା ପତ୍ର: ୧ କପ୍ , ଲୁଣ: ସ୍ବାଦ ଅନୁସାରେ ତେଜପତ୍ର: ୬ଟି, ଜିରା: ୩ ଚାମଚ୍ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚିକେନକୁ ସଫାକରି ସ୍ବଚ୍ଛ ପାତ୍ରରେ ରଖନ୍ତୁ। ଦହି, ଅଦା ଓ ରସୁଣ ପେଷ୍ଟ, କଞ୍ଚାଲଙ୍କା, ଧନିଆ ଓ ପୁଦିନା ପତ୍ର, ଲେମ୍ବୁ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା, କଶ୍ମୀରୀ ଚିଲି, ଚିକେନ କିମ୍ ଓ ଗରମ ମସଲାକୁ ଚିକେନ ସହ ମିଶ୍ରଣ କରନ୍ତୁ। ଏହାପରେ ହାଲୁକା ଗରମ ପାଣିରେ ଡାଲଚିନି, ବଡ ଓ ଛୋଟ ଇଲାଚି, ଜାଇତ୍ରି, ତେଜପତ୍ର, ସାଇଜିରା ପକାନ୍ତୁ। ଗରମ ପାଣି ଫୁଟିବା ପରେ ଚାଉଳ ଦିଅନ୍ତୁ। ଚାଉଳ ୭୦ ପ୍ରତିଶତ ଭାତ ହେବାପରେ ପୂର୍ବରୁ ହାଣ୍ଡିରେ ପ୍ରସ୍ତୁତ ହୋଇଥିବା ମ୍ୟାରିନେଟ୍ ଚିକେନ ଉପରେ ପକାନ୍ତୁ। ହାଣ୍ଡି ଉପର ଭାଗ ଚତୁଃପାର୍ଶ୍ୱରେ ଅଟା ଲେପନ କରି ପାତ୍ର ଘୋଡାଇ ଦିଅନ୍ତୁ। ଜଳୁଥିବା ଅଳ୍ପ ନିଆଁରେ ଥିବା ତାଓ୍ବା ଉପରେ ହାଣ୍ଡିକୁ ବସାଇବାର ୧୦ ରୁ ୧୫ ମିନିଟ ପରେ ଦମ୍ ବିରିଆନି ପ୍ରସ୍ତୁତ ହୋଇଯାଏ। ଏହି ଦମ୍ ବିରିଆନି ଉପରେ ଗୋଲାପ ଜଳ, ଅଳ୍ପ ଘିଅ, କେଉଡା ୱାଟର୍ ଦେଇ ସୁସଜ୍ଜିତ ପ୍ଲେଟରେ ଗ୍ରାହକଙ୍କୁ ପରଷା ଯାଇଥାଏ।