(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆପଣ ନିଶ୍ଚୟ କିଛି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହୁଁଥିବେ। ତେବେ ଆମେ ଆଜି ଆପଣଙ୍କୁ ଆଳୁ କଦଳୀ ବରା ବିଷୟରେ କହିବାକୁ ଯାଉଛୁ। ଯାହା ଖାଇବାକୁ ଯେତିକି ସୁସ୍ଵାଦୁ କରିବାକୁ ସେତିକି ସହଜ। ଜାଣନ୍ତୁ ଉପାୟ-
ଆବଶ୍ୟକୀୟ ସାମଗ୍ରୀ- ୨ଟି କଞ୍ଚା କଦଳୀ, ୨୫୦ ଗ୍ରାମ୍ ଅଟା, ସ୍ଵାଦ ଅନୁସାରେ ଲୁଣ, କଞ୍ଚାଲଙ୍କା, ଧନିଆ, ସିଝା ଆଳୁ ୮ଟା, ଭଜା ମୁଗ, ତେଲ।
ବିଧି- ପ୍ରଥମେ କଞ୍ଚାଲଙ୍କା ଏବଂ ଧନିଆପତ୍ର କାଟି ନିଅନ୍ତୁ। ଏବେ ଅଟାରେ ସ୍ଵାଦ ଅନୁସାରେ ଲୁଣ ଓ ସିଝା କଦଳୀ ଚକଟାକୁ ପକାଇ ପେଷ୍ଟ ବନାନ୍ତୁ। ଏହାପରେ ଏକ ପାତ୍ରରେ ସିଝା ଆଳୁକୁ ଚକଟି ଦିଅନ୍ତୁ। ଏଥିରେ କଞ୍ଚାଲଙ୍କା, ମୁଗ ଭଜା, ଲୁଣ ଓ ଧନିଆ ପତ୍ର ମିଶାନ୍ତୁ। ଏହାକୁ ଛୋଟ ଛୋଟ ଗୁଳା କରି ନିଅନ୍ତୁ। ପ୍ରସ୍ତୁତ ହୋଇଥିବା ଗୁଳାକୁ ଅଟାରେ ବୁଡାନ୍ତୁ। ଏହାକୁ ଗୁଳାକରି ଅଟାରେ ବୁଡାଇ ଛାଣନ୍ତୁ। ଏବେ ଛଣା ଯାଇଥିବା କଦଳୀ ଆଳୁ ବରାକୁ ଟମାଟୋ ଚଟଣୀ ସହ ପରଷି ଦିଅନ୍ତୁ।