ନଡିଆ ଲଡୁ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଯଦି ଆପଣ ଉତ୍ସବରେ ଲଡୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ଏବଂ କିଛି ହଟକା କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ ନଡିଆ ଲଡୁ। । ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକୀୟ ସାମଗ୍ରୀ- ୪ କପ୍ କୋରା ନଡିଆ, ୨ ଟେବୁଲସ୍ପୁନ ନଡିଆ ଅଟା, ୧ କପ୍ ଚିନି, ୧କପ୍ କ୍ରିମ୍ ମିଲ୍କ, ୨ କପ୍ ହେଭି କ୍ରିମ୍
ପ୍ରସ୍ତୁତି ପ୍ରଣାଳୀ- ଏକ ନନଷ୍ଟିକ୍ ପ୍ୟାନରେ ମଧ୍ୟମ ଆଁଚରେ କ୍ଷୀର ଗରମ କରନ୍ତୁ। ଏଥିରେ କୋରା ନଡିଆ ଓ ନଡିଆ ଅଟା, ହେଭି କ୍ରିମ, ଚିନି ମିଶାଇ ଦିଅନ୍ତୁ। ମିଶ୍ରଣକୁ ଧୀରେ ଧୀରେ ଘାଣ୍ଟନ୍ତୁ। ଯେପରି ଏହା କଢେଇରେ ଲାଖି ନଯିବ। ଏହା ଶୁଖିଲା ହେବା ପରେ ଗ୍ୟାସ ବନ୍ଦ କରି ନିଅନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ସେଥିରେ ଲଡୁ ତିଆରି କରନ୍ତୁ। ଲଡୁ ହେଲାପରେ କିଛି କୋରା ନଡିଆ ଉପରେ ଏହାକୁ ଗଡାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ ଆପଣଙ୍କର ନଡିଆ ଲଡୁ।