(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆବଶ୍ୟକୀୟ ସାମଗ୍ରୀ ଛୋଟ ଚିଙ୍ଗୁଡ଼ି – ୫୦୦ ଗ୍ରାମ , ପୋଇ ସାଗ , ଆଳୁ – ଗୋଟିଏ , କଖାରୁ – ୧୦୦ ଗ୍ରାମ , ବାଇଗଣ – ୨ଟି , ଟମାଟ – ୨ଟି , କଟା ପିଆଜ – ୩ଟି , ହଳଦି ଗୁଣ୍ଡ – ୧ ଚାମଚ , ପଞ୍ଚ ଫୁଟଣ – ୧ ଚାମଚ ,୪ ଚାମଚ – ସୋରିଷ ତେଲ , ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ଗୋଟେ ଗ୍ରାଇଣ୍ଡରରେ ୧ ଚାମଚ ସୋରିଷ, ୬ଟି ରସୁଣ ପାଖୁଡ଼ା, ୨ରୁ ୩ଟି ଶୁଖିଲା ଲଙ୍କା, ଅଧ ଚାମଚ ଜିରା ପକାଇ ଗ୍ରାଇଣ୍ଡିଂ କରନ୍ତୁ। କୌଣସି ଖଦଡ଼ା ଅଂଶ ନରଖି ଭଲ ଭାବରେ ଏହାର ସୋରିଷ ବାଟଣ ପ୍ରସ୍ତୁତ କରନ୍ତୁ। ଛୋଡ଼ ଚିଙ୍ଗୁଡ଼ିକୁ ଭଲ ଭାବରେ ଖୋଇ ଏଥିରେ ଅଧ ଚାମଚ ଲୁଣ, ଅଧ ଚାମଚ ହଳଦି ମିଶାଇ ଭଲ ଭାବରେ ଗୋଲାନ୍ତୁ। ଗ୍ୟାସ୍ରେ ପ୍ୟାନ୍ ବସାଇ ସୋରିଷ ତେଲରେ ଏହାକୁ ଭାଜି ଦିଅନ୍ତୁ। ବର୍ତ୍ତମାନ ପୋଇ ସାଗ ଏବଂ ଏହାର ଡଙ୍କ ଏବଂ ପରିବାକୁ କାଟି ୩ରୁ ୪ ମିନିଟ୍ ପର୍ୟ୍ୟନ୍ତ ସାମାନ୍ୟ ସିଝାନ୍ତୁ। ଏହାପରେ ପାଣିରୁ ଛାଣି ଏକ ଶୂଖିଲା ପାତ୍ରରେ ରଖନ୍ତୁ। ଗ୍ୟାସ୍ରେ ପ୍ୟାନ ଗରମ କରି ସୋରିଷ ତେଲ ଦେଇ ଗୋଟେ ଚାମଚ ପଞ୍ଚ ଫୁଟଣ ପକାନ୍ତୁ। ଏଥିରେ ଖୁଖିଲା ଲଙ୍କା ଏବଂ କଟା ଯାଇଥିବା ପିଆଜକୁ ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ। ପିଆଜ ବ୍ରାଉନ୍ କଲର ହୋଇଗଲେ ଏଥିରେ ସୋରିଷ ବାଟଣ, ହଳଦୀ ଗୁଣ୍ଡ, ଟମାଟ ଏବଂ ଅଳ୍ପ ପାଣି ଦେଇ ୧୦ ମନିଟ୍ ଯାଏଁ କଷନ୍ତୁ। ମସଲା କଷି ହେବା ପରେ ଏଥିରେ ରଖାଯାଇଥିବା ସିଝା ପୋଇ ସାଗ ଏବଂ ପରିବା ପକାନ୍ତୁ। ଏଥିରେ ଭଜା ଯାଇଥିବା ଚିଙ୍ଗୁଡ଼ି ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ଏହାକୁ ଭଲ ଭାବରେ ଫୁଟାନ୍ତୁ ଯେପରି ତରକାରୀର ତେଲ ଅଂଶ ଉପରେ ଭାସିବା ଦେଖାଯିବ। ଏହାପରେ ଏହାକୁ ଗୋଟେ ପ୍ଲେଟ୍ରେ କାଢ଼ି ଧନିଆ ପତ୍ର ଗ୍ରାନିସ୍ କରି ଗରମ ଭାତ ସହ ପରଷନ୍ତୁ।