ମେଥି ପନିର

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ପନୀର , ମେଥି ଶାଗ , ଗରମ ମସଲା , ଅଦା ରସୁଣ ପିଆଜ ବଟା , ହଳଦୀ ଗୁଣ୍ଡ , ଗୁଜୁରାତି , ଜିରା , ଦହି ,ହେଙ୍ଗୁ , ଘିଅ , ଲଙ୍କା ଗୁଣ୍ଡ ଓ ଲୁଣ ।
ପ୍ରଥମେ ମେଥର ଶାଗକୁ ଭଲ ଭାବେ ବାଛି ଧୋଇଦିଅନ୍ତ । ଏବେ ଏହାକୁ ଛୋଟ ଛୋଟ କରି କାଟନ୍ତୁ । ପନୀରକୁ ମଧ୍ୟ ଚାରିକୋଣିଆ ଆକାର ଦେଇ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ । ଏବେ ଏକ କଡ଼େଇରେ ଘିଅ ଗରମ କରି ସେଥିରେ ପନୀର ପକାଇ ଭାଜନ୍ତୁ । ପନୀର ଖଣ୍ଡସକୁ ଗୋଲ୍ଡେନ ରଙ୍ଗ ହେବା ପରେ କାଢି ଦିଅନ୍ତୁ ।
ଏବେ ପୁଣି କଡ଼େଇରେ ଘିଅ ଗରମ କରି ସେଥିରେ ଜିରା , ଗୁଜୁରାତି ଏବଂ ହେଙ୍ଗୁ ପକାନ୍ତୁ । ଏଗୁଡ଼ିକ ଫୁଟିଗଲା ପରେ ଏଥିରେ ପିଆଜ ଏବଂ ଅଦା ଓ ରସୁଣ ବଟା , ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ କଷନ୍ତୁ । ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ଦହି ମିଶାନ୍ତୁ । କିଛି ସମୟ ଏହା କଷି ହେବା ପରେ ଏଥିରେ ପନୀର ଏବଂ ମେଥି ଶାଗ ପକାଇ ମିଶାନ୍ତୁ । ଏବେ ଏଥିରେ ଅଳ୍ପ ପାଣି ଦେଇ ପାଖାପାଖି ୧୦ ମିନିଟ ଯାଏ କମ୍ ଆଞ୍ଚରେ ଫୁଟାନ୍ତୁ । ଫୁଟିଗଲା ପରେ ଏଥିରେ ଗରମ ମସଲାପକାନ୍ତୁ । ଏହାକୁ ଗରମ ରୁଟି , ନାନା କିମ୍ବା ପରଟା ସହ ପରଷନ୍ତୁ ।