ରାନୀ ପାଲକ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆପଣମାନେ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ପାଳଙ୍ଗ ଶାଗକୁ ନେଇ ପ୍ରସ୍ତୁତ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇଥିବେ । ଆମେ ଆଜି ଆପଣଙ୍କୁ ପାଳଙ୍ଗ ଶାଗରେ ପ୍ରସ୍ତୁତ ଏକ ନୁଆ ଡିଶ୍ ପ୍ରସ୍ତୁତି ବିଷୟରେ ଜଣାଇବୁ ଯାହାକୁ ବେଶ କମ ଲୋକ ଜାଣିଥିବେ । ରେଷ୍ଟୁରାଣ୍ଟ ଷ୍ଟାଇଲରେ ଥରେ ଏହାକୁ ଘରେ ବନାଇ ଖାନ୍ତୁ ଏବଂ ଖୁଆନ୍ତୁ
ଆବଶ୍ୟକୀୟ ସାମଗ୍ରୀ :
ପାଳଙ୍ଗ ଶାଗ:୨୫୦ ଗ୍ରାମ
ପିଆଜ:୭୫ ଗ୍ରାମ
ଟମାଟୋ:୫୦ ଗ୍ରାମ
ଅଦା:୧୦ ଗ୍ରାମ
ଋସୁଣ:୨୦ ଗ୍ରାମ
କଞ୍ଚାଲଙ୍କା: ୫ଟି
ଗୋଟା ଜିରା :୫ ଗ୍ରାମ
ତେଲ: ୫୦ ଗ୍ରାମ
ସୁଇଟ କର୍ଣ୍ଣ: ୨୫ ଗ୍ରାମ
ପନିର:୨୫ ଗ୍ରାମ
ଜିରାଗୁଣ୍ଡ: ୫ ଗ୍ରାମ
ଚିନି: ୫ ଗ୍ରାମ
ବଟର: ୧୦ ଗ୍ରାମ
ଅମୁଲ କ୍ରିମ:୨୫ ଗ୍ରାମ
ପ୍ରସ୍ତୁତି ପ୍ରଣାଳି :
ପ୍ରଥମେ ପାଳଙ୍ଗ ଶାଗକୁ କାଟି ଭଲ ଭବେ ଧୋଇ ସିଝାଇ ଦେବେ । ଏହା ଥଣ୍ଡା ହୋଇଗଲା ପରେ ବାଟିଦିଅନ୍ତୁ । ଅଦା , ରସୁଣ ,ଲଙ୍କା ଓ ପିଆଜକୁ କିମା କରି ଅଲଗା ପାତ୍ରରେ ରଖନ୍ତୁ । ଟମାଟୋ ପେଷ୍ଟ କରି ଏକ ପାତ୍ରରେ ରଖିଦିଅନ୍ତୁ । ଏହାପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ । ଏଥିରେ ଗୋଟା ଜିରା । ଜିରା ହାଲକା ଫୁଟିବା ପରେ ସେଥିରେ ଟିକଟିକ କରି କାଟିଥିବା ଅଦା , ରସୁଣ ,ଲଙ୍କା ଓ ପିଆଜକୁ ଭଲ ଭାବରେ ଭାଜନ୍ତୁ । ସ୍ୱାଦ ଅନୁସାରେ ଲୁଣ ଏବଂ ଜିରାଗୁଣ୍ଡ ଓ ଚିନି ପକାନ୍ତୁ । ପୁର୍ବରୁ ପେଷ୍ଟ ହୋଇଥିବା ପାଳଙ୍ଗ ଶାଗକୁ ସେଥିରେ ପକାଇ ମିଶାଇ ଦିଅନ୍ତୁ । ଭଲ ଭାବେ ମିଶିଯିବା ପରେ କିମା ହୋଇଥିବା ପନିର ଓ ସୁଇଟ କର୍ଣ୍ଣ ପକାଇ ସେଥିରେ ହାଲକା ପାଣି ଦିଅନ୍ତୁ । ପରେ କମ ଆଞ୍ଚରେ ୫ରୁ ୧୦ ମିନଟ ଯାଏ ଘୋଡାଇ ରଖନ୍ତୁ । ଏହାପରେ ଘୋଡଣି ଖୋଲି ସେଥିରେ ବଟର ଏବଂ କ୍ରିମ ପକାନ୍ତୁ । ଏହାକୁ ଏକ ପାତ୍ରରେ ବାହାର କରି ପରଷନ୍ତୁ । ଏହାକୁ ନାନ, ପରଟା କିମ୍ବା ରୁଟି ସହିତ ଖାଆନ୍ତୁ