ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ

( ସୌମ୍ୟ ରଞ୍ଜନ ବିଶ୍ୱାଳ) : ଚିକିତ୍ସା ଅବହେଳାରୁ ଚାଲିଗଲା ନାବାଳିକା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଏସସିବି ମେଡିକାଲରେ । ଏହି ଘଟରାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କାରି ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ବାପା ଏବଂ ସ୍ଥାନିୟ ଲୋକେ ।

ଅଭିଯୋଗ ଅନୁଯାଇ ନାବାଳିକା ଜଣକ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଗତକାଲି ଠାରୁ ମାହାଙ୍ଗା ଓସ୍ତମୂଳ ଛକରେ ମୃତ ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକେ ରାସ୍ତା ମଝିରେ ଶବ ରଖି ଅବରୋଧ କରିଛନ୍ତି।

ସେପଟେ ଝିଅର ମୃତ୍ୟୁ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟୀ କରିଛନ୍ତି ବାପା । ଗୁହାରୀ କରିବା ସତ୍ତ୍ୱେ ମନ୍ତ୍ରୀ ଶୁଣିନଥିବା ସେ ଅଭିଯୋଗ କରିଛନ୍ତି। ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ସେଠାକୁ ନ ଆସନ୍ତି ସେପର୍ୟ୍ୟନ୍ତ ସେଠାରେ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ଜଣାପଡ଼ିଛି ।