(ରିପୋଟର୍ସଟୁଡେ) : ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଛାତ୍ରଛାତ୍ରୀଙ୍କର ନିକଟତର ହେବା କୁ ପୋଲିସ କମିଶନର ନୂଆ ଯୋଜନା କ୍ନୋ ଇୟୋର ପୋଲିସ ଆରମ୍ଭ ହୋଇଥିଲା । ଏଥିରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଲିସ କ’ଣ?, ପୋଲିସ ର କାର୍ଯ୍ୟ କ’ଣ?,ଥାନା କ’ଣ?, ଥାନାକୁ କେସ କେମିତି ଆସେ ବୁଝାଇବା ସହ ଥାନାରେ ଥିବା ହାଜତ ଓ ବିଭିନ୍ନ କାର୍ଯ୍ୟାଳୟ ବୁଲାଇଥିଲେ । ସେପଟେ ପୋଲିସମାନଙ୍କ ଉପରେ ଥିବା ଧାରଣା ବଦଳିଯାଇଥିବାର ଛାତ୍ରଛାତ୍ରୀ କହିଛନ୍ତି ।
ଜନସାଧାରଣଙ୍କ ନିକଟତର ହେବାକୁ ପୋଲିସକମିଶନର ନୂଆ ନୂଆ ଯୋଜନା ଆରମ୍ଭ କରିଛନ୍ତି । କୋଉଠି ଥାନା କାନ୍ଥରେ ପଟ୍ଟଚିତ୍ର କରି ଲୋକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଥାନାପ୍ରତି ଥିବା ନାକାରାତ୍ମକ ଚିନ୍ତାଧାରାକୁ ବଦଳାଉଛନ୍ତ । ପୁଣି କୋଉଁଁଠି ମାଗଣାରେ ହେଲେମେଣଣ୍ଟ ଯୋଗାଇଦେଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ଆଜି ଭୁବନେଶ୍ୱରର ଏକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଲିସମାନଙ୍କ ଉପରେ ଥିବା ଭୟକୁ ଦୁରକରିବା ପାଇଁ କମିଶନର ପୋଲିସ ଥାନାକୁ ନିମନ୍ତ୍ରଣ କରିଥିଲେ ଓ ସେମାନଙ୍କ ସହ ୪୫ ମିନିଟ୍ ରୁ ୧ ଘଣ୍ଟା ବିତାଇ ଥିଲେ ।