( ରିପୋଟର୍ସ ଟୁୁଡେ) : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ତାସହ ବୈତରଣୀ ଅବବାହିକାରେ ବିପଦ ମଧ୍ୟ ନାହିଁ ବୋଲି ଏସଆରସି କହିଛନ୍ତି । ସେପଟେ ପାଣି ବଢିବା ପରେ ୪ଟି ଜିଲ୍ଲାକୁ ସତର୍କ କରାଇଛି ଜଳସମ୍ପଦ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡା । ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଓଡ୍ରାଫ ଓ ଏନଡିଆରଏଫକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆନନ୍ଦପୁର, ଘସିପୁରା, ହାଟଡିହି, କୋରେଇ, ଯାଜପୁର, ଆଳି, ରାଜକନିକାରେ ଓଡ୍ରାଫ ଓ ଏନଡିଆରଏଫ ମୁତୟନ ଅଛନ୍ତି ।