ଦହି କବାବ

(ରିପୋର୍ଟସ ଟୁଡେ /ମଧୁସ୍ମିତା ତ୍ରିପାଠୀ): ଏହି କବାବ ତିଆରି କରିବା ପାଇଁ ଆପଣ ବସା ଦହିକୁ ଏକ ମୁଲାୟମ କପଡାରେ ଛାଣି ଦେଇ ଟାଙ୍ଗି ଦିଅନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ :
ଦହି , ଭଜା ହୋଇଥିବା ବେସନ ଦୁଇ ଚାମଚ , କର୍ନଫ୍ଲୋର ୩ ବଡ ଚାମଚ , ତେଲ ୨ ବଡ ଚାମଚ , ଧନିଆ ପତ୍ର , କଞ୍ଚା ଲଙ୍କା , ଅଦା ପେଷ୍ଟ , ଗୋଲମରିଚ ପାଉଡର , ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳି :
ପୁର୍ବରୁ ପ୍ରସ୍ତୁତ ହୋଇ ରଖିଥିବା ଦହିକୁ ନେଇ ଏକ ପାତ୍ରରେ ରଖନ୍ତୁ । ଏବେ ଏଥିରେ ବେସନ , ଧନିଆ ପତ୍ର , କଞ୍ଚା ଲଙ୍କା , ଗୋଲମରିଚ ପାଉଡର , ଅଦା ପେଷ୍ଟ ଏବଂ ଲୁଣ ପକାଇ ଦିଅନ୍ତୁ । ଏବେ ସବୁ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ । କର୍ନଫ୍ଲୋରକୁ ଏକ ପ୍ଲେଟରେ କାଢି ରଖନ୍ତୁ । ହାତରେ କିଛି କର୍ନଫ୍ଲୋର ନେଇ ପ୍ରସ୍ତୁତ ମିଶ୍ରଣକୁ ନେଇ ଗୋଲ ଗୋଲ କରି ଟିକ୍କି ଭଳି ବନାନ୍ତୁ । ଏହାର ଦୁଇ ପାଶ୍ୱରେ ଭଲଭାବେ ଲଗାନ୍ତୁ । ଏବେ କବାବ ପ୍ରସ୍ତୁତ ହୋଇଗଲା ପରେ ତାୱାରେ ତେଲ ପକାଇ ଅଳ୍ପ ଆଞ୍ଚରେ ଦୁଇ ପାଶ୍ୱକୁ ଭଲ ଭାବେ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଏହି ଦହି କବାବ । ଏହାକୁ ଆପଣ ଚଟଣୀ କିମ୍ବା ଟମାଟୋ ସସ୍ ସହିତ ଖାଇପାରିବେ ।