ଅନ୍ତରୀକ୍ଷ ଟେକ୍ନୋଲୋଜି କ୍ଷେତ୍ରରେ ଦେଶକୁ ଅଜୟ କରିବା ଇସ୍ରୋର ଲକ୍ଷ୍ୟ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରାୟନ ୨ ମିଶନ ଯଦିଓ ସୁଫଳ ଦେଇନାହିଁ, କିନ୍ତୁ ଭାରତୀୟ ବୈଜ୍ଞାନିକ ଦେଶକୁ ଅନ୍ତରିକ୍ଷ ଟେକ୍ନୋଲୋଜିରେ ଅଜୟ କରିବାକୁ ମନସ୍ତ କରିଛନ୍ତି । ତେଣୁ ଦେଶର ଦୁଇ ବଡ ବଡ ସଂଗଠନ ଇସ୍ରୋ ଓ ଆଇଆଇଟି ଦିଲ୍ଲୀ ଏକା ସାଙ୍ଗରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଜନା ମୁତାବକ, ଆଇଆଇଟି ଛାତ୍ର ଓ ବୈଜ୍ଞାନିକ ଅନ୍ତରିକ୍ଷରେ ଭାରତର ଆବଶ୍ୟକତାକୁ ଧ୍ୟାନରେ ରଖି ଗବେଷଣାକୁ ସଫଳ କରାଇବେ । ଏଥିନେଇ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଏକ ଅଲଗା ସେଲର ସ୍ଥାପନା କରାଯିବ । ଏହାର ନାମକରଣ ହେବ ଇସ୍ରୋ ସ୍ପେସ ଟେକ୍ନୋଲୋଜି ସେଲ । ଏଥିରେ ଇସ୍ରୋର ବୈଜ୍ଞାନି ସହଯୋଗ କରିବେ ।
ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ପ୍ର. ଇି ରାମଗୋପାଳ ରାଓ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଚଳିତ ବର୍ଷ ଆଇଆଇଟିର ଛାତ୍ର କାମ କରିବେ । ଏଥିରେ ଭବିଷ୍ୟତରେ ଇସ୍ରୋକୁ ବୈଜୟିକ ରୂପେ ଦକ୍ଷ ବୈଜ୍ଞାନିକ ମିଳି ପାରିବେ । ଫଳରେ ଇସ୍ରୋର ଲାଭ ହେବ ଓ ଛାତ୍ର ଏକ ରୋମାଞ୍ଚକ କ୍ଷେତ୍ରରେ କାମ କରିବାର ସୁଯୋଗ ପାଇବେ ।