ଦୀପାବଳୀରେ ଦିଅନ୍ତୁ ଏହି ସବୁ ଉପହାର

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଦୀପାବଳୀକୁ ସେଲିବ୍ରେଟ କରିବା ପାଇଁ ଲୋକେ କିଛି ଦିନ ପୂବରୁ ସପିଂ ପାଇଁ ଯାଇଥାନ୍ତି । ଘର ସଜାଇବା ଜିନିଷ ଠାରୁ ଆରମ୍ଭ କରି ଖାଇବା ସାମଗ୍ରୀ ଏବଂ ପରିଜନଙ୍କ ପାଇଁ ଉପହାର କିଣିଥାନ୍ତି । ଆପଣ ଯଦି ନିଜ ପ୍ରିୟ ପରିଜନକୁ ଉପହାର ଦେବ ପାଇର୍ ଚିନ୍ତା କରୁଛନ୍ତି ତେବେ ଏହି ସବ ଉପହାର ଦେଇପାରିବେ ।
ସୁଗନ୍ଧିତ ମହମବତୀ
ଦୀପାବଳୀ ଆଲୋକର ପର୍ବ । ଏହା ଅମାବସ୍ୟାର ଅନ୍ଧକାରକୁ ଦୂର କରିଥାଏ । ଦୀପାବଳୀର ଏହି ଖାସ ଅବସରରେ ଆପଣ ଆପରଙ୍କ ପ୍ରିୟଜନଙ୍କୁ ସୁଗନ୍ଧିତ ମହମବତୀ ବା ସେଣ୍ଟେଡ଼ କ୍ୟାଣ୍ଡେଲ ଉପହାର ଦେଇପାରିବେ । କାରଣ ଏହା ଜଳିବା ଦ୍ୱାରା ଘରେ ସୁଗନ୍ଧ ଖେଳିଯାଇଥାଏ ଏବଂ ସୁନ୍ଦରକତା ମଧ୍ୟ ବଢିଥାଏ ।
ଛୋଟ ଗ୍ଲାସ ସେଟ
ଯଦି ଆପଣଙ୍କର ବନ୍ଧୂ ବା ନିକଟଲୋକ ପାଟି କରିବା ପାଇଁ ଭଲପାଆନ୍ତି ତେବେ ଆପଣ ତାଙ୍କୁ ଦୀପାବଳୀରେ ଛୋଟ ଗ୍ଲାସ ସେଟ ଉପହାରରେ ଦେଇପାରିବେ । ଏହା ଦେଖିବାକୁ ଆକଷଣୀୟ ହେବା ସହିତ ବଜେଟ ଫ୍ରେଣ୍ଡଲୀ ମଧ୍ୟ ।
ଡ଼ାଏରୀ
ଯଦି ଆପଣଙ୍କ ବନ୍ଧୁ ପିୟଜନ ଡ଼ାଏରୀ ଲେଖିବା ପାଇଁ ପସନ୍ଦ କରୁଛନ୍ତି ତେବେ ଆପଣ ତାଙ୍କୁ ଉପହାର ସ୍ୱରୂପ ଡ଼ାଏରୀ ଗିଫ୍ଟ କରିପାରିବେ ।
କୁସନ କଭର
କୁସନ ସମସ୍ତଙ୍କର କାମରେ ଆସିଥାଏ । ଏହି ଆରାମଦାୟକ ଜିନିଷକୁ କେହି ନା କାନ୍ତି ନାହିଁ । ତେଣୁ ଦୀପାବଳୀ ଆପଣ କୁସନ କଭର ବା କୁସନ ଉପହାରରେ ଦେଇପାରିବେ । ସୁନ୍ଦର ପ୍ରିଣ୍ଟ ହୋଇଥିବା କୁସନ ଏବେ ଟ୍ରେଣ୍ଟରେ ଥିବା ବେଳେ ଏହା ସମସ୍ତଙ୍କୁ ଖୁବ ପସନ୍ଦ ଆସିବ ।
ଡ଼୍ରାଏ ଫ୍ରୁଟସ ଏବଂ ଚକୋଲେଟ
ଦୀପାବଳୀରେ ଆପଣ ପ୍ରିୟଜନଙ୍କୁ ଡ଼୍ରାଏ ଫ୍ରୁଟୁସ ଏବଂ ଚକୋଲେଟ ମଧ୍ୟ ଗିଫ୍ଟ କରିପାରିବେ ।