ଯୁବକଙ୍କ ମୃତଦେହ ଉଦ୍ଧାର

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : କଳାହାଣ୍ଡି ଜୁନାଗଡ ଲଙ୍କେଶ୍ୱରୀ ଇଣ୍ଡେନ ଗ୍ୟାସ ଅଫିସ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ କଂକେରିମାଲର ଡମ୍ବବୁଡା ନାଏକ । ସେ ଇଣ୍ଡେନ ଗ୍ୟାସରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଗୋଦାମ ଘର ପର ପଛ ପଟୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତକୁ ଗିରଫ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ଓ ଧର୍ମଗଡ ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝୁସୁଝା ପରେ ରାସ୍ତା ଅବରୋଧ ହଟିଛି।