ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ୫ଜଣ ଛାତ୍ରୀ ଅସୁସ୍ଥ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ରାଉରକେଲା ଲାଠିକଟା ସ୍ଥିତ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ୫ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି ।
ସୂଚନାନୁସାରେ, ଆଜି ଲାଠିକଟା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରଷା ଯାଇଥିଲା । ବୁଧବାର ଥିବାରୁ ସେମାନଙ୍କୁ ଅଣ୍ଡା ମଧ୍ୟ ଦିଆଯାଇଥିଲା । ତେବେ ଅଣ୍ଡା ଖାଇବା ପରେ ହଠାତ ୫ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି ମଧ୍ୟ କରିଥିଲେ । ପରେ ହଷ୍ଟେଲର କର୍ତୃପକ୍ଷ ଅସୁସ୍ଥ ଛାତ୍ରୀଙ୍କୁ ରାଉରକେଲା ସରକାରୀ ମେଜିକାଲରେ ଭର୍ତି କରିଥିଲେ । ତେବେ ଛାତ୍ରୀଙ୍କୁ ଖରାପ ହୋଇଯାଇଥିବା ଅଣ୍ଡା ଦିଆଯାଇଛି । ଏହା ଫଳରେ ସେମାନେ ଅସୁସ୍ଥ ହୋଇପଡିଛନ୍ତି ବୋଲି ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।