ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ପ୍ରାଥମିକ ଶିକ୍ଷକ ସଂଘ

( ଜଗନ୍ନାଥ ଅଗ୍ରୱାଲ): ଗୁରୁ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ପ୍ରାଥମିକ ଶିକ୍ଷକ ସଂଘ । ତାଳଚେର ପ୍ରାଥମିକ ସଂଘ ଶିକ୍ଷକଶିକ୍ଷୟତ୍ରୀ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତାଳଚେର ଗୋଷ୍ଠୀ ଅଧିକାରୀ ମୌସୁମୀ ସାହୁ ଙ୍କ ବଦଳି ଦାବି ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ଘେରାଉ କରିଛନ୍ତି।ବି ଇ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ୫ ଦଫା ଦାବି ପ୍ରତିବାଦ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପ୍ରାଥମିକ ଶିକ୍ଷକ ସଂଘ।ସେପଟେ ପ୍ରଶାସନ  ସମ୍ପୃକ୍ତ ବି ଇ ଓ ଙ୍କ ଉପରେ ୭ ଦିନ ଭିତରେ କାର୍ୟ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ଦେଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ୟାପକ କରିବା ସହ ସ୍କୁଲ ରେ ତାଲା ପକାଇବାର ଚେତାବନୀ ଦେଇଛନ୍ତି।