(ରିପୋଟର୍ସ ଟୁଡେ) : ଆଜି ସାରା ଦେଶରେ ଗୁରୁ ଦିବସ ପାଳନ କରାଯାଉଛି । ଆମକୁ ଶିକ୍ଷା ଦେଇ ଜୀବନର ମାର୍ଗ ଦର୍ଶନ କରୁଥିବା ଗୁରୁଙ୍କ ପ୍ରତି ଗୁଗୁଲ ତରଫରୁ ଖାସ ତରିକାରେ ସମ୍ମାନ ଦିଆଯାଇଛି । ଏହି ଅବସରରେ ଗୁଗୁଲ ଏନିମେଟେଡ ଡୁଡୁଲ ତିଆରି କରି ଗୁୁୁରୁଙ୍କୁ ସମ୍ମାନ ଜଣାଇଛନ୍ତି । ଗୁଗୁଲ ତରଫରୁ ପୁୁଣି ଥରେ ନିର୍ମାଣ କରାଯାଇଥିବା ଡୁଡୁଲରେ ଏଙଙଏଖଋ ରେ ପ୍ରଥମ ଲେଟର ଏ କୁ ଗ୍ଲୋବ୍ ର ରୂପ ଦିଆଯାଇଛି । ଏହି ଗ୍ଲୋବ ଘୂରି ଘୂରି ରହିଯାଇଥାଏ ଏବଂ ଚଷମା ପିନ୍ଧିଥିବା ଶିକ୍ଷକଙ୍କ ପରି ଦେଖାଯାଇଥାଏ । ଏହାପରେ ଏଥିରୁ ରଙ୍ଗବେରଙ୍ଗର ଫୋଟକା ବା ବେଲୁନ ବାହାରୁଥିବାର ଦେଖିବାକୁ ମିଳୁଛି ଯେଉଁଥିରେ କି ଗଣିତ, ବିଜ୍ଞାନ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ଖେଳ ପର୍ଯ୍ୟନ୍ତ ସଂକେତ ଦିଆଯାଇଛି ।
କାହିଁକି ପାଳନ କରାଯାଏ ଗୁରୁୁ ଦିବସ
ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱୀତିୟ ରାଷ୍ଟ୍ରପତି ଡ଼. ଶର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିନ ତଥା ସେପ୍ଟେମ୍ବର ୫କୁୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହି ଦିନଟି ନିଜ ଗୁରୁୁୁ ଏବଂ ଶିକ୍ଷକଙ୍କ ପ୍ରତି ପ୍ରେମ ଓ ସମ୍ମାନ ପ୍ରକଟ କରିବା ପାଇଁ ହୋଇଥାଏ । ରାଧାକ୍ରିଷ୍ଣ ପ୍ରଖ୍ୟାତ ଶିକ୍ଷାବିତ ଏବଂ ଦାର୍ଶନିକ ଥିଲେ । ୫ ସେପ୍ଟେମ୍ବର ୧୮୮୮ ରେ ତାମିଲନାଡୁର ଏକ ଛୋଟ ଗାଁରେ ଥିରୁଟ୍ଟନୀ ର ଏକ ବ୍ରାହ୍ମଣ ପରିବାରରେ ଯେତେବେଳେ ସର୍ବପଲ୍ଲୀ ରାଧାକ୍ରୀଷ୍ଣ ଜନ୍ମ ହୋଇଥିଲା ବୋଧହୁଏ କେହି ଚିନ୍ତା କରିଥିବେ କି ସେ ଦିନେ ଦେଶର ରାଷ୍ଟ୍ରପତି ହେବେ ଏବଂ ତାଙ୍କ ସମ୍ମାନରେ ସାରା ଦେଶରେ ଗୁରୁ ଦିବସ ପାଳନ କରାଯିବ ।
୧୯୬୨ ରେ ରାଧାକ୍ରିଷ୍ଣ ରାଷ୍ଟ୍ରପତି ହେବା ପରେ ତାଙ୍କ ସମ୍ମାନରେ ଲୋକମାନେ ୫ ସେପ୍ଟେମ୍ବର କୁ ‘ରାଧାକ୍ରିଷ୍ଣ ଦିବସ’ ପାଳନ କରିବାକୁ ନିସ୍ପତି ନେଇଥିଲେ । କିନ୍ତୁ ଏଥିରେ ରାଧାକ୍ରିଷ୍ଣ ସହମତି ନଥିଲେ, ଏଥିପାଇଁ ସେ ୫ ସେପ୍ଟେମ୍ବର କୁୁ ନିଜ ଜନ୍ମଦିନ ପାଳନ ନକରି ଶିକ୍ଷକ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହିଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ କୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।
ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ସମ୍ମାନରେ ସେପ୍ଟେମ୍ବର ୫, ୧୯୬୨ ରେ ଗୁୁରୁୁ ଦିବସ ରୂପେ ପାଳନ କରାଗଲା । ୧୯୬୨ରେ ତାଙ୍କୁ ବ୍ରିଟିସ ଏକାଡେମିର ସଦଶ୍ୟ କରାଗଲା । ଡ଼. ରାଧାକ୍ରିଷ୍ଣ ନିଜର ଦେଶପ୍ରେମ ଲାଗି ବିଖ୍ୟାତ ଥିଲେ । ଇଂଲଣ୍ଡ ସରକାର ତାଙ୍କୁ ‘ଅଣ୍ଡର ଅଫ ମେରିଟ୍’ ସମ୍ମାନରେ ସମ୍ମାନିତ କରିଥିଲେ । ରାଧାକ୍ରିଷ୍ଣ ୧୭ ଅପ୍ର୍ରେଲ ୧୯୭୫ରେ ଦେହତ୍ୟାଗ କରିଥିଲେ । ରାଜନୀତିି କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ୧୯୮୪ ରେ ମରୋଣତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।