(ଆଦର୍ଶ ରାଉତ) : ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଛତିିଶଗଡର ବିଳାସପୁର କେନ୍ଦ୍ରୀୟ ଜେଲରେ ସଜାକାଟୁଥିବା ଜଣେ ମାନସିକ ବିକାରଗ୍ରସ୍ତ କଏଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଏକ ଚିଠି ଲେଖିଥିବା ଜଣାପଡିଛି ।
ମୂଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିିବା କଏଦୀ ନାମରେ ଆଗରୁ ୪୦ ରୁ ଅଧିକ ମାମଲା ଅଛି, ସେ ଏମିତି କାମକରିଥାଏ କେବଳ ଲୋକ ଲୋଚନକୁ ଆସିବାକୁ । ଓଡିଶା ପୋଲିସ ଛତିଶଗଡ ପୋଲିସ ସହ ଯୋଗାଯୋଗ କରି ସଂମ୍ପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ପ୍ରୟାସ ଜାରିରଖିବା ସହ ତାନେଇ ଗୃହ ବିଭାବ ପୁରା ସଜାଗ ରହିଛି ବୋଲି ସୁଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧାୟ ।