ଭିଜିଲାନ୍ସ ହାତରେ ଥାନାବାବୁ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ରକ୍ଷକ ଯେବେ ଭକ୍ଷକ ସାଜେ ସେତେବେଳେ ହୁଅନ୍ତି ଜନଆକ୍ରୋଶର ଶିକାର , ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନିକଟ ଜଟଣୀ ଥାନାରେ ।ମିଳିଥିବା ସୂଚନା ଅନୁଯାୟୀ ସୁମିତ୍ କୂମାର ମଙ୍ଗରାଜଙ୍କୁ ବିଭିନ୍ନ ଦଫାରେ ଗିରଫ କରିବା ସହ ଏନକାଉଣ୍ଟରର ଧମକ ଦେଉଥିଲେ ଥାନାବାବୁ । ତାହା ନକରିବା ପାଇଁ ୫୦ ହଜାର ଟଙ୍କା ଦାବି କରୁଥିଲେ । ତେଣୁ ଏବାବଦରେ ଭିଜିଲାନ୍ସକୁ ଜଣାଇ ଥିଲେ ସୁମିତ୍ କୂମାର । ତାଙ୍କ ଅଭିଯୋଗକୁ ଭିତ୍ତିକରି ଆଜି ସୁମିତ୍ କୁମାରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ତାଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଶାଖାର ଅଧିକାରୀ ।

ତାଙ୍କୁ ଭିଜିଲାନ୍ସ ଗିରଫ କରି ନେବାବେଳେ ଜନଆକ୍ରୋଶର ଶିକାର ହୋଇଥିଲେ ସେ । ଏଥିରୁ ଜଣା ପଡୁଛି ତାଙ୍କ ଲୋକପ୍ରିୟତା । ଏହି ଘଟଣାରେ ଅଞ୍ଚଳଵାସୀ ଜଣାଇଛନ୍ତି ଏଭଳି ଅଫିସର ଏ ଅଞ୍ଚଳ ପାଇଁ ଆବଶ୍ୟକ ନାହିଁ ।