(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବାଲେଶ୍ୱର ଖନ୍ତାପଡା ଥାନା ପଣାପଣା ଅଞ୍ଚଳରୁ ୯୬୦ଲିଟର ଦେଶୀ ମଦ ଜବତ ହୋଇଛି । ବାଲେଶ୍ୱର ଅବକାରୀ ବିଭାଗ ଚଢଉ କରି ୯୬୦ ଲିଟର ମଦ ଜବତ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ଯାଇଥିବା ବେଳେ ମହିନ୍ଦ୍ରା ବୋଲେରୋକୁ ଜବତ କରିଛି ପୋଲିସ । ଅବକାରୀ ଇନ୍ସପେକ୍ଟର ଉଦୟ ଲାଲ ନାୟକଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା ।