(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ସାଙ୍ଗ ବଞ୍ଚାଇଲା ସାଙ୍ଗର ଜୀବନ । ସମୁଦ୍ରରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲା । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଜ୍ଞାନ ରଞ୍ଜନଙ୍କ ସାହାସିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗତକାଲି ଦଶମ ଶ୍ରେଣୀ ଛାତ୍ର ପୃଥ୍ଵୀରାଜ ବେହେରା ସାଙ୍ଗଙ୍କ ସହ ପେଣ୍ଠ ସମୁଦ୍ର ପାଖକୁ ବୁଲିବାକୁ ଯାଇଥିଲେ ।ଏହି ସମୟରେ ହଠାତ ଲହଡି ମାଡି ଆସି ପୃଥ୍ଵୀରାଜଙ୍କୁ ସମୁଦ୍ର ଭିତରକରୁ ଟାଣି ନେଇଥିଲା । ପୃଥ୍ଵୀରାଜ ପହଁରା ଜାଣିନଥିବାରୁ ସମୁଦ୍ର ଭିତରକୁ ଚାଲିଯାଇଥିଲେ । ତେବେ ଏହି ସମୟରେ ଦେବଦୂତ ସାଜିଲେ ପାଖରେ ଥିବା ସାଙ୍ଗ ଜ୍ଞାନ ରଞ୍ଜନ କାଳ ବିଳମ୍ବ ନକରି ସମୁଦ୍ର ଭିତରକୁ ପଶି ପୃଥ୍ଵୀରାଜଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟର ଭିଡିଓ ଦେଖିବା ପରେ ଏବେ ସବୁଠି ଜ୍ଞାନ ରଞ୍ଜନଙ୍କ ସାହାସକୁ ନେଇ ଚର୍ଚ୍ଚା ଲାଗି ରହିଛି ।