(ମମତା ସାମଲ) : ବାଲେଶ୍ୱରଠାରେ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାସକବି ଫକୀର ମୋହନ ନାମରେ ମେଡିକାଲ କଲେଜର ନାମକରଣ କରାଯାଇଛି ।
ଏହି ମେଡିକାଲ କଲେଜ ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଅଂଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ । ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ସମୟ ବ୍ୟବଧାନ ପରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଧାରା ଆରମ୍ଭ ହୋଇଛି । ଗତବର୍ଷ କୋରାପୁଟ ଓ ମୟୂରଭଞ୍ଜରେ ଦୁଇଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା । ସେହିପରି ଗତ ଅଗଷ୍ଟ ୩୧ ତାରିଖରେ ବଲାଙ୍ଗୀର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହୋଇଛି । ଆଗକୁ ରାଜ୍ୟରେ ଆହୁରି ୫ଟି ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।