(ଋିପୋଟରର୍ସ ଟୁଡ଼େ )ଭୁବନେଶ୍ୱର : ପୁଣି ୨ଜଣ ସରକାରୀ ଅଫିସରଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର । ୨ଜଣ ଯନ୍ତ୍ରୀଙ୍କୁ ଆଜି ମିଳିଛି ବାଧ୍ୟତାମୂଳକ ଅବସର । ଦୁର୍ନୀତି ଅଭିଯୋଗରେ ଏହି ବାଧ୍ୟତାମୂଳକ ଅବସର ନେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରୀପାଠୀ ।
କଟକ ଓ ଭୁବନେଶ୍ୱର ଭିଜିଲାନ୍ସ ହାତରେ ପ୍ରାଣକୃଷ୍ଣ ପ୍ରସାଦ ଧରାପଡ଼ିଥିଲେ । ଭିଜିଲାନ୍ସ ଜାଂଚର ପ୍ରମାଣ ମିଳିବା ପରେ ପ୍ରାଣକୃଷ୍ଣଙ୍କୁ ଆରଡବ୍ଲୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ଦର୍ଶାଯାଇଛି । ତାଙ୍କୁ ସେ ବର୍ତ୍ତମାନ ଅନୁଗୁଳ ଆରଡବ୍ଲୁ କ୍ୱାଲିଟି କଣ୍ଟ୍ରୋଲ ଡିଭିଜନର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଛନ୍ତି । ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ସେହିପରି କୋରାପୁଟ ଭିଜିଲାନ୍ସ ହାତରେ ଉପକାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରୀପାଠୀ ୪ ଥର ଧରାପଡ଼ିଥିଲେ । ଉମେଶଙ୍କୁ ଅଭ୍ୟାସଗତ ଦୁର୍ନୀତିଗ୍ରସ୍ତ ଅଫିସର ଦର୍ଶାଯାଇ ଚାକିରିରୁ ବିଦା କରାଯାଇଛି ।ସେହିପରି ଆଠଗଡ଼ ଡ଼ିଏଫଓ ସୁଧାଂଶୁ ଶେଖର କୁ ମଧ୍ୟ ଆଜି ସକାଳେ ବାଧ୍ୟତା ମୁଳକ ଭାବେ ବାହର କରାଯାଇଥିଲା । ଏହାକୁ ଦେଖି ସମସ୍ଥ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ମାନେ ବେଳ ଥାଉ ଥାଉ ସୁଧୁରି ଯାଆନ୍ତୁ ,ନହେଲେ ଚାକିରି ଯିବ ।