(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ):ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଂଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ମଝିରେ ବଜାର ଉପରେ ଦୁଇ ମହିଳା ଚୁଟି ଟଣାଟଣି ହେବା ସହିତ ମାଡ଼ପିଟ୍ ମଧ୍ୟ କରିଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସହଦେବଖୁଣ୍ଟା ଅଞ୍ଚଳର ପଦାରବିନ୍ଦ ମହାପାତ୍ର ତାଙ୍କ ଦୋକାନ ଘରକୁ ବାରବାଟୀ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଭଡ଼ାରେ ଦେଇଥିଲେ । ସେ ଦୀର୍ଘ ବର୍ଷ ହେଲା ଷ୍ଟୁଡିଓ କରିଥିଲେ । ମାତ୍ର ପଦାରବିନ୍ଦ କିଛି ଦିନ ତଳେ ତାଙ୍କୁ ଦୋକାନ ଘର ଖାଲି କରିବା ପାଇଁ କହିଥିଲେ । ତେବେ ଦୋକାନୀ ତାଙ୍କ କଥା ଶୁଣି ନଥିଲେ । ଏହାପରେ ଗତ ରବିବାର ପଦାରବିନ୍ଦ ଦୋକାନ ଘରୁ ସମସ୍ତ ଜିନିଷ ବାହାର କରି ଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷର ମହିଳାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଦୋକାନ ସମ୍ମୁଖରେ ଦୁଇ ଜଣ ଚୁଟି ଟଣା ଓଟରା ହେବା ସହ ମାଡ଼ପିଟ୍ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଥିଲା । ଥାନାରେ ସମସ୍ୟାର ସମାଧାନ ହୋଇଥିବା ଜଣାପଡ଼ିଛି ।