ରାଫେଲ୍ ବିମାନ କିଣାରେ ଦୁର୍ନୀତି ଉଠାଇ ବିଜେପିକୁ ଘେରିଲା କଂଗ୍ରେସ

(ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନିୟ ସର୍କିଟ ହାଉସ ସମ୍ମିଳନି କକ୍ଷରେ ଏଆଇସିସି ସମ୍ଫାଦକ ତଥା ପଶ୍ଚିମ ଓଡ଼ିଶାର ଦାୟିତ୍ବରେ ଥିବା ମସ୍ଥାନ ଅଲ୍ଲୀ ସୁବର୍ଣ୍ଣପୁର ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ବିଜେପି ସରକାର କରିଥିବା ରାଫେଲ୍ ଡିଲର୍ ସମ୍ପୂର୍ଣ୍ଣ ମାତ୍ରରେ ଦୁର୍ନୀତି ହୋଇଥିବା କହିଛନ୍ତି । ୟୁପିଏ ସରକାର ସମୟରେ ରାଫେଲ୍ ବିମାନ ଡ଼ିଲରେ ଗୋଟିଏ ବିମାନକୁ ୫୭୬ କୋଟି ହୋଇଥିବା ବେଳେ ବିଜେପି ମୋଦି ସରକାର ଏହାକୁ୧୬୭୦ କୋଟି ଟଙ୍କାରେ ଫ୍ରାନ୍ସ କମ୍ଫାନୀ ସହିତ ଚୁକ୍ତି କରି ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ । ଏଥିରେ ଯୋଗ ଦେଇଥିବା ପୂର୍ବତନ କଣ୍ଟାବାଞୀ ବିଧାୟକ ସନ୍ତୋଷ ସିଂ ସାଲୁଜା , ସୋନପୁର ପୂର୍ବତନ ବିଧାୟକ ବିନୋଦ ପାତ୍ର , କଗ୍ରେସ ସଭାପତି ଶଙ୍କର ଦାସ , ସଭ୍ୟ ଶଙ୍କର ମହାପାତ୍ର , ଜିତେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ ।