ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପ୍ରତିବର୍ଷ ବିଭିନ୍ନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଦିଆଯାଇଥାଏ । ଚଳିତ ବର୍ଷ ଏହି କ୍ରମରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ଜଣ ବୈଜ୍ଞାନିକ ଏହି କ୍ଷେତ୍ର ପାଇଁ ପୁରସ୍କାର ପାଇଁ ହକଦାର ହୋଇଛନ୍ତି । ଏହି ୩ ଜଣ ହେଲେ ଆମେରିକୀୟ ବୈଜ୍ଞାନିକ ଜେମ୍ସ ପେବଲ୍ସ, ସୁଇସ ବୈଜ୍ଞାନିକ ଦିଦିଆର କ୍ସୋଲେକ୍ ଓ ମାଇକେଲ ମେୟର । ସୁଇସର ଦୁଇ ବୈଜ୍ଞାନିକ ସୌର ମଣ୍ଡଳ ଭଳି ଅନ୍ୟ ସୌର ମଣ୍ଡଳ ଉପରେ ଗବେଷଣା କରି ଉଲ୍ଲେଖନୀୟ ସଫଳତା ପାଇଥିବାରୁ ନୋବେଲ ପାଦାର୍ଥ ବିଜ୍ଞାନ ପୁରସ୍କାରରେ ସେମାନଙ୍କ ନାମ ସାମିଲ କରିଥିବା ବେଳେ ଆମେରିକୀୟ ବୈଜ୍ଞାନିକ କସମୋଲୋଜି ଉପରେ ଗବେଷଣାରେ ସଫଳତା ହାସଲ କରି ମନୋନୀତ ହୋଇଛନ୍ତି । ଏହି ୩ ବୈଜ୍ଞାନିକ ସୁଇଡିସ ଏକାଡେମୀ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଛନ୍ତି ।