୪ ଜଣ ହକି ଖେଳାଳୀ ଙ୍କୁ ୧ କୋଟି ଲେଖାଏଁ ପୁରଷ୍କାର

(ସୌମ୍ୟ ରଞ୍ଜନ ସେଠୀ) : ୪ଜଣ ଓଡିଆ ମହିଳା ହକି ଖେଳାଳୀଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଖେଳାଳୀମାନେ ହେଉଛନ୍ତି ଲିଲିମା ମିଞ୍ଜ, ନମିତା ଟପ୍ପୋ, ଦିପଗ୍ରେସ୍, ସୁନିତା ଲାକ୍ରା । ଏସୀୟ କ୍ରୀଡା ହକିରେ ଭାରତକୁ ରୌପ୍ୟପଦକ ପାଇଥିଲେ । ଓଡିଶା ପକ୍ଷରୁ ଭାରତ ପାଇଁ ଖେଳି ଦେଶ ଏବଂ ରାଜ୍ୟର ନାଁ ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ।