(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବର୍ତମାନ ଚାଲିଛି ପାର୍ବଣର ସମୟ । ଘରେ ଘରେ ଚାଲିଛି ପିଠା ପଣାର ଆସର । ବ୍ରତଧାରୀମାନେ ମାନେ ମା’ଉପଲକ୍ଷେ ଉପବାସ ରଖୁଛନ୍ତି ବା ସଂପୂର୍ଣ୍ଣ ନିରାମିଷ ଭୋଜନ ଭକ୍ଷଣ କରୁଛନ୍ତି । ତେଣୁ କରି ମା’ଙ୍କ ପାଖରେ କିଛି ମଠା ଜିନିଷ ଭୋଗ ଲଗାଇ ପ୍ରସାଦ ସେବନ କରନ୍ତୁ । ତେଣୁ କରି ଆସନ୍ତୁ ଆଜି ପ୍ରସ୍ତୁତ କରିବା ସାବୁଦାନା ଲଡ଼ୁ ।
ସାମଗ୍ରୀ : ସାଗୁଦାନା, ନଡ଼ିଆ କୋରା, ଚିନି, ଗୁଜୁରାତି ଗୁଣ୍ଡ, କାଜୁ, ଆଲମଣ୍ଡ ଓ ଗୁଆଘିଅ
ପ୍ରଥମେ ଏକ କଡ଼େଇରେ ସାବୁଦାନାକୁ ଭାଜନ୍ତୁ। ସାଗୁଦାନାଗୁଡ଼ିକ ଯେତେବେଳେ ଫୁଲିଯିବ ଓ ହାଲକା ଲାଲ୍ ହୋଇଆସିବ ଚୁଲି ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ। ଏହାପରେ ଏକ କଡ଼େଇରେ ଗୁଆଘିଅ ଗରମ କରି ଏଥିରେ ନଡ଼ିଆକୋରା ପକାଇ ଭାଜନ୍ତୁ। ନଡ଼ିଆ ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା ପାଉଡର ଓ ଚିନି ପକାଇ ଭଲଭାବେ ଗୋଳାଇ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ଏବେ ସେହି କରେଇରେ ଅଳ୍ପ ଗୁଆଘିଅ ଗରମ କରି କାଜୁ ଓ ଆଲମଣ୍ଡକୁ ଭାଜନ୍ତୁ। ହାଲକା ଭାଜି ହୋଇଗଲେ ଏଥିରେ ସାବୁଦାନା -ନଡ଼ିଆ ମିଶ୍ରଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ୫ ମିନିଟ୍ ପରେ ଚୁଲି ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣ ହାଲକା ଗରମ ଥିବା ଅବସ୍ଥାରେ ହାତରେ ନେଇ ଗୋଲ୍ ଗୋଲ୍ ଲଡ଼ୁ ଗଢ଼ନ୍ତୁ। ଏହାକୁ ଆପଣ ଏୟାର ଟାଇଟ୍ ଡବାରେ ରଖି ଖାଇପାରିବେ।