(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ-୨ ସହ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନକୁ ଚନ୍ଦ୍ର ପୃଷ୍ଟକୁ ପଠାଯିବା ଏକ ଜଟିଳ ମିଶନ ଥିଲା । ଲକ୍ଷ୍ୟ ଥିଲା, ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ରୋଭର ବାହାରି ଚନ୍ଦ୍ର ପୃଷ୍ଠରେ ବିଚରଣ କରିବା ସହ ତଥ୍ୟ ସଂଗ୍ରହ କରି ଚନ୍ଦ୍ରପୃଷ୍ଠର ରହସ୍ୟ ଉନ୍ମୋଚନ କରିବ । କିନ୍ତୁ ବିକ୍ରମର ହାର୍ଡ ଲ୍ୟାଣ୍ଡିଂ ଯୋଗୁ ଏହା ହୋଇ ପାରି ନାହିଁ ବୋଲି କହିଛନ୍ତି ଇସ୍ରୋର ଜଣେ ବୈଜ୍ଞାନିକ ।
ସେ ଆହୁରି କହିଛନ୍ତି, ଏହା ବିଫଳ ହୋଇଥିଲେ ମଧ୍ୟ ଇସ୍ରୋ ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାକୁ ତାର ପ୍ରୟାସ ଜାରି ରଖିଛି । ଏହି ବିଫଳତାକୁ ଗ୍ରହଣ କରିପାରି ନାହିଁ ଇସ୍ରୋ । ଏବେ ଚନ୍ଦ୍ରରେ ରାତି ଚାଲିଛି । ସେପ୍ଟେମ୍ବର ୨୧ ପରଠାରୁ ଚନ୍ଦ୍ରପୃଷ୍ଠରେ ଦିନ ହେବ । ସୂର୍ଯ୍ୟାଲୋକରେ ବରଫ ତଳେ ଦବି ରହିଥିବା ବିକ୍ରମର ଠାବ ପାଇପାରିବ ନାସାର ଅରର୍ବିଟର ଓ ଇସ୍ରୋ ପୁଣି ଯୋଗାଯୋଗ ସ୍ଥାପନ ପାଇଁ ସମର୍ଥ ହେବାକୁ ଆଶା ରଖିଛୁ ବୋଲି କହିଛନ୍ତି ଇସ୍ରୋର ଅଧ୍ୟକ୍ଷ କେ ଶିବନ ।