ପୋଲ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ

( ଜଗନ୍ନାଥ ଅଗ୍ରୱାଲ) : ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ମୁଣ୍ଡାମାଳ ସାହି ଗ୍ରାମର ଲିଲିପ ସାହୁ ନାମକ ଜଣେ ଯୁବକ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେତେକ ଯୁବକ ପୋଲ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରନାହିଁ । ପୋଲିସ ପକ୍ଷରୁ ତାଙ୍କୁ ଘଣ୍ଟ ଘୋଡାଯାଇଛି ବୋଲି ପୀଡିତା ଯୁବକଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗରିଫ କରାଯାଉ ବୋଲି ପ୍ରତିବାଦ କରି ଆଜି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ ।