(ଶିଳାସ୍ମିତା ରାୟ) ଭବନେଶ୍ୱର: ଆଜି ପୂର୍ବାହ୍ନ ୧୦.୧୯ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁୁୁରରୁ ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ୍ (ଡିଆର୍ଡିଓ) ବ୍ରହ୍ମୋସ୍ ସୁପର୍ସୋନିକ୍ କ୍ରୁସ୍ ମିସାଇଲ୍ର ସଫଳ ପରୀକ୍ଷା କରିଛି। ଏହା ସ୍ଥଳ ଭାଗରୁ ନିକ୍ଷେପଣ ମିଶାଇଲ । ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି।
୨୦୧୭ ମାର୍ଚ ୧୧ ତାରିଖ ଦିନ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଏକ୍ସଷ୍ଟେଣ୍ଡେଡ୍-ରେଞ୍ଜ୍ ପରୀକ୍ଷା କରାଯାଇଥିଲା। ଏହି ରେଞ୍ଜ୍ର କ୍ଷପଣାସ୍ତ୍ର ସବୁ ସ୍ଥଳ ଏବଂ ସମୁଦ୍ର ମଧ୍ୟସ୍ଥ ପ୍ଲାଟ୍ଫର୍ମରୁ ଉତ୍କ୍ଷେପଣ କରିହେବ। ଏହା ୨୦୦ ରୁ ୩୦୦ କିଲୋଗ୍ରାମ୍ ଓଜନର ଓ୍ଵାର୍ହେଡ୍ ବହନ କରି ଲକ୍ଷ୍ୟଭେଦ କରି ପାରିବ। ଜୁନ୍ ୨୦୧୯ରେ ଡିଆର୍ଡିଓ ୪୫୦ କିଲୋମିଟର୍ ରେଞ୍ଜ ବିଶିଷ୍ଟ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଥିଲା। ଠିକଣା ଲକ୍ଷ୍ୟଭେଦ ନିମନ୍ତେ ଏଥିରେ ଅପ୍ଗ୍ରେଡେଡ୍ ଗାଇଡାନ୍ସ୍ ସିଷ୍ଟମ୍ ଏବଂ ରୁଷ୍ ନିର୍ମିତ ସିକର୍ ଲଗା ଯାଇଥିଲା।