ବିକ୍ରମକୁ ଠାବ କରିବାରେ ନାସା ବିଫଳ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମିଶନ ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡର ବିକ୍ରମର ହାର୍ଡ ଲ୍ୟାଣ୍ଡିଂକୁ ନେଇ ଆଗକୁ ଅଭିଯାନ ଆଗେଇ ପାରୁନାହିଁ । ଅପରପକ୍ଷରେ ଆମେରୀୟ ମହାକାଶ ସଂସ୍ଥା ନାସା ମଧ୍ୟ ବିକ୍ରମକୁ ଠାବ କରିବାରେ ବିଫଳ ହୋଇଛି । ତଥାପି ନାସା ବିକ୍ରମକୁ ଖୋଜିବା ଅଭିଯାନ ଅକ୍ଟୋବର ମାସରେ ମଧ୍ୟ ଜାରି ରଖିବ ବୋଲି ଜଣାପଡିଛି । ସେପ୍ଟେମ୍ବର ୧୭ରେ ନାସା ସେହି ସ୍ଥାନର ଫଟୋ ନିଆଯାଇଥିଲା । କିନ୍ତୁ ଏବେ ଚନ୍ଦ୍ରରେ ରାତି ଥିବାରୁ ଫଟୋ ସ୍ପଷ୍ଟ ଆସିନାହିଁ । ତେଣୁ ଫଟୋରୁ ବିକ୍ରମକୁ ଠାବ କରିବା ସମ୍ଭବ ହେଉନାହିଁ । ଚନ୍ଦ୍ରରେ ଦିନ ହେଲେ ନାସା ପୁନଃ ସେଠାରେ ବିକ୍ରମକୁ ଖୋଜିବ ବୋଲି ସୂଚନା ଦେଇଛି ।