(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହାକାଶରେ ଇସ୍ରୋର ସଫଳତା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ଗବେଷଣା ପ୍ରତି ଆଗ୍ରହ ବଢିଛି । ଦିଲ୍ଲୀରେ ପଢୁଥିବା ଜଣେ ୧୭ ବର୍ଷୀୟ ଇଂଜିନିୟରିଂ ଛାତ୍ର ଏକ କ୍ଷୁଦ୍ର ସାଟେଲାଇଟ୍ ତିଆରି କରିଛନ୍ତି ଯାହାର ନାଁ ରଖାଯାଇଛି ରମନସ୍ୟାଟ୍-୨ ।
୧୭ ବର୍ଷୀୟ ଆଭାସ ସିକ୍କା ପ୍ରସ୍ତୁତ କରିଥିବା ସାଟେଲାଇଟର ମାତ୍ର ୪ ସେମି ଲମ୍ବା, ୪ ସେମି ଚଉଡା। ଏହି ସାଟେଲାଇଟକୁ ଆମେରିକୀୟ ମହାକାଶ ସଂସ୍ଥା ନାସା ମହାକାଶକୁ ପ୍ରେରଣ କରିଛି । ଏକ ବେଲୁନ ସାହାଯ୍ୟରେ ଏହାକୁ ପ୍ରେରଣ କରାଯାଇଛି । ଏହି କ୍ଷୁଦ୍ର ସାଟେଲାଇଟ ମାଧ୍ୟମରେ ମହାକାଶ ଓ ସୂର୍ୟ୍ୟରୁ ପୃଥିବୀକୁ ଆସୁଥିବା ବିକିରଣ ଉପରେ ଅଧ୍ୟୟନ କରିବ । ଆମେରିକାର ନ୍ୟୁ ମେକ୍ସିକୋଠାରେ ଥିବା କଲମ୍ବିଆ ସାଇଣ୍ଟିଫିକ ବେଲୁନ କେନ୍ଦ୍ରରୁ ଏହାକୁ ପ୍ରେରଣ କରାଯାଇଛି । ଏହା ପୃଥିବୀ ପୃଷ୍ଠରୁ ୩୮ କିମି ଉଚ୍ଚତାରେ ଥିବା କକ୍ଷପଥରେ ସ୍ଥାପିତ ହୋଇଛି ।