(ଜଗନ୍ନାଥ ଅଗ୍ରଓାଲ) : ମହାନଦୀରେ ବନ୍ୟା ଫଳରେ, ଅନୁଗୋଳ ଜ଼ିଲ୍ଳାର ଟିକରପଡା ଓ ଆଠମଲ୍ଲିକ ଅଂଚଳ ପ୍ରଭାବିତ ହୋଇଛି । ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡା ଅଂଚଳରେ ବନ୍ୟା ପାଣି ମାଡିଯିବା ଯୋଗୁଁ ଗଂଇଦି ଓ ବେହେରାସାହି ପ୍ରଭୁତି ଗାଁର ଚାଷ ଜମିରେ ପାଣି ମାଡିଯିବା ସହ ଟିକରପଡା ରାସ୍ତା ବିଛିନ୍ନ ହୋଇ ଯାଇଛି । ସେହିପରି ଆଠମଲ୍ଲିକ ଠାରେ ପୁରୁନାମାନିତ୍ରୀ ଓ ଜାମୁଡିହ ଅଂଚଳରେ ବନ୍ୟା ପାଣି ମାଡିଯାଇ ବହୂ କ୍ଷତି କରିଛି । ଏହିସବୁ ଅଂଚଳରେ ବ୍ୟାପକ ଚାଷଜମି ନଷ୍ଟ ହୋଇଛି ।ପ୍ରଶାସନ ତରଫରୁ ବିଭିନ୍ନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚିବା ସହ, ଅଧିକ ପାଣି ମାଡିଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିଥିବା କଥା ଅନୁଗୋଳ ଇଊଗ ତପନ ଶତପଥୀ ପ୍ରକାଶ କରିଛନ୍ତି ।