( ଗୋବିନ୍ଦ ଚନ୍ଦ୍ର ପଣ୍ଡା / ମନିଲ / ତାରାକାନ୍ତ/ ଚିତ ରଞ୍ଜନ) : ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବ୍ଲକ ଗୁଡିକ ହେଲା – ବରଗଡ ଜିଲ୍ଲାର ଭଟଲୀ, ରାୟଗଡା ଜିଲ୍ଲାର ପଦ୍ମପୁର , ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କଟକ ଜିଲ୍ଲାର ସାଲେପୁର, ଅନୁଗୁଳ ଜିଲ୍ଲାର ତାଳଚେର, କଳାହାଣ୍ଡି ଜିଲ୍ଲାର ନରଲା, କନ୍ଧମାଳ ଜିଲ୍ଲାର କେନୂଆଗାଁ ଓ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଓ ଜାମଦା ବ୍ଲକ ।
ବରଗଡ ଜିଲ୍ଲାର ଭଟଲୀ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୨.୫୮୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ, ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୨.୪୪ କୋଟି ଟଙ୍କାରେ ୧୧୯ଟି ପ୍ରକଳ୍ପ, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୫୪୭୫ କୋଟି ଟଙ୍କାରେ ୧୪୪ ଟି ପ୍ରକଳ୍ପ କଟକ ଜିଲ୍ଲାର ସାଲେପୁର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮. ୭୬୫ କୋଟି ଟଙ୍କାରେ ୪୦୪ ଟି ପ୍ରକଳ୍ପ , ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫,୨୫ କୋଟି ଟଙ୍କାରେ ୧୩୬ ଟି ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର ନରଲା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୪.୬୦ କୋଟି ଟଙ୍କାରେ ୨୨୧ଟି ପ୍ରକଳ୍ପ, କନ୍ଧମାଳ ଜିଲ୍ଲା କେନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୦୧ କୋଟି ଟଙ୍କାରେ ୮୪ ଟି ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର୧୭ଟି ପଞ୍ଚାୟତ ପାଇଁ ୪.୨୦ କୋଟି ଟଙ୍କାରେ ୧୬୪ ଟି ପ୍ରକଳ୍ପ, ଜମଦା ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୨.୨୪ କୋଟି ଟଙ୍କାରେ ୮୧ ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ , ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।