(ସୋନାଲି ପହାଣ୍ଡ) ଭୁବନେଶ୍ୱର: ମାଛ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ଆମେ ଘରେ ମାଛର ବିଭିନ୍ନ ପ୍ରକାରର ଆଇଟମ୍ କରିଥାଉ । ଆଜି ଆମେ ମାଛକୁ ଏକ ଭିନ୍ନ ଉପାୟରେ ରୋଷେଇ କରିବା ।
ଆବଶ୍ୟକ ସାମଗ୍ରୀ: ମାଛ ୧ କି.ଗ୍ରା, ଫୁଲ କୋବି ୨୫୦ଗ୍ରାମ୍, ଆଳୁ ୨୫୦ ଗ୍ରାମ୍, ସୋରିଷ ୨ଚାମଚ, ଜିରା ୨ଚାମଚ, ସୁଖିଲା ଲଙ୍କା ୪ଟା, ଅଦା,ରସୁଣ ପେଷ୍ଟ୍ ୨୫ଗ୍ରାମ୍, ତେଲ ୨୫୦ଗ୍ରାମ୍, ଡାଲଚିନ୍ ୧ଚାମଚ, ଲଙ୍କା ଗୁଣ୍ଡ ୧ ଚାମଚ, କଂଚା ଲଙ୍କା ୪ଟା, ପିଆଜ ବଡ ୨ଟା,୧ଚାମଚ ଆମ୍ଚୁର, ଗୁଜୁରାତି ୨ଟା, ଗରମ ମସଲା ୧ ଚାମଚ, ହଳଦି ଗୁଣ୍ଡ ୨୫ଗ୍ରାମ୍, ମାଛ ମସଲା ୨ଚାମଚ, ଟମାଟ ୨ଟା, ଲୁଣ ସ୍ୱାଦ ଅନୁଯାୟୀ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବରେ ଧୋଇଦିଅନ୍ତୁ । ସୋରିଷ, ଜିରା, ଡାଲଚିନ୍, ସୁଖିଲା ଲଙ୍କା ଇତ୍ୟାଦିକୁ ଏକତ୍ର ପେଷ୍ଟ୍ କରନ୍ତୁ । ପ୍ୟାନ୍ରେ ତେଲ ଗରମ କରି ମାଛକୁ ଭାଜନ୍ତୁ । ଆଳୁ ଆଉ କୋବିକୁ ତେଲରେ ଛାଣି ରଖନ୍ତୁ । ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ଗୁଜୁରାତି ପକେଇ ତାପରେ ପିଆଜ ପକାଇ ଭାଜିନ୍ତୁ । ପିଆଜ ଭାଜି ହୋଇ ଆସିଲେ ଅଦା,ରସୁଣ ପେଷ୍ଟ୍ ପକାଇ କଷିନ୍ତୁ । ତାପରେ ସେଥିରେ ହଳଦୀ, ଲୁଣ, ଲଙ୍କା ଗୁଣ୍ଡ ପକାଇଦିଅନ୍ତୁ । କିଛି ସମୟ କଷିବା ପରେ ବାଟି ରଖିଥିବା ମସଲା ପେଷ୍ଟ ଓ ଟମାଟ ପକାଇ କଷିନ୍ତୁ । ଅଳ୍ପ ସମୟ କଷିବା ପରେ ଛଣା ହୋଇ ରଖିଥିବା ଆଳୁ ଓ କୋବି ପକାଇ କଷନ୍ତୁ । ଭଲଭାବେ କଷିବା ପରେ ଗରମ ପଣି ଦିଅନ୍ତୁ । ପାଣି ଫୁଟି ଆସିଲେ ସେଥିରେ କାଟି ରଖିଥିବା କଂଚା ଲଙ୍କା ଓ ମାଛ ପକାଇ ଘୋଡାଇ ଦିଅନ୍ତୁ । କିଛି ସମୟ ପରେ ଢାକୁଣି କାଢି ଆମ୍ଚୁର ଓ ଗରମ ମସଲା ପକାଇ ଦିଅନ୍ତୁ । ଏବେ ପ୍ରସ୍ତୁୁତ ହୋଇଗଲା ଆପଣଙ୍କ ତରକାରୀ । ପରଷି ଦିଅନ୍ତୁ ଗରମ ଗରମ କୋବି ମାଛ ବେସର ।