( ମନୋଜ କୁମାର ସାହୁ) : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଆଜି ଦାନପାତ୍ର ହୁଣ୍ଡିକୁ ଖୋଲାଯାଇଛି । । ଚଳିତ ବର୍ଷ ଏହା ତୃତୀୟ ଥର ଖୋଲାଯାଇଥିବା ବେଳେ ଗତ ମେ ମାସରେ ହୁଣ୍ଡିରୁ ପାଖାପାଖି ୬୦ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଏଥର ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଦାନଅର୍ଥ ଆଦାୟ ହେବ ବୋଲି ମନ୍ଦିର ପରିଚାଳନା କମିଟି ଆଶା ରଖିଥିବା ପ୍ରକାଶ କରିଛନ୍ତି । ସେହିପରି ହୁଣ୍ଡିରୁ କଢାଯାଇଥିବା ଦାନଅର୍ଥ ତଥା ସୁନାରୂପା ଅଳଙ୍କାରକୁ ସହରର ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟସଦସ୍ୟାଙ୍କ ସମେତ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ରହି ଗଣନା କରିଛନ୍ତି । ହୁଣ୍ଡି ଖୋଲା ଯାଇଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।