କେନ୍ଦ୍ର ସରକରୀ କର୍ମଚାରୀ ଙ୍କ ପାଇଁ ଖୁସି ଖବର

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହୋଇଛି । ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ବର୍ଦ୍ଧିତ ୨% ଭତ୍ତା ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ । ଏହାଦ୍ୱାରା ୪୮ଲକ୍ଷ ୪୧ହଜାର କର୍ମଚାରୀ ଓ ୬୨ଲକ୍ଷ ତିନି ହଜାର ପେନସନ ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ୬ହଜାର ୧୧୨କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।