(ସୌମ୍ୟ ରଂଜନ ସେଠୀ) : ମହାନଦୀ ରେ ପୁଣି ଆସିପାରେ ବନ୍ୟା । ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦର ୨୫ ଟି ଗେଟ୍ ଖୋଲିବା ନେଇ ମହାନଦୀ ଅବବାହିକାରେ ଥିବା ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ବିଶେଷ କରି ମହାନଦୀ ଅଞ୍ଚଳର ତଳିଆ ବାସିନ୍ଦାଙ୍କୁ ଆବଶ୍ୟକ ହେଲେ ଅନ୍ୟଯାଗା କୁ ସ୍ଥାନାନ୍ତର କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷାଜଳ ନିଷ୍କାସନ ହେଉଛି । ତେବେ ସମ୍ଭାବ୍ୟ ବନ୍ୟାନେଇ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ।
ଏନେଇ ପୂର୍ବରୁ ଏନଡିଆରଏଫ, ଓଡରାଫ, ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ସଜାଗ ରହିବାକୁ ଏସଆରସି ଙ୍କ ନିର୍ଦେଶ । ସହିପରି ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀରେ ବନ୍ୟା ପରିସ୍ତିତି କୁ ସାମ୍ନାରେ ରଖି ଭଦ୍ରକ ଜିଲ୍ଲା ଜିଲ୍ଲାପାଳ ଙ୍କୁ ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦଶ..