ବିଜେଡ଼ିର ଜିଲ୍ଲା, ବ୍ଲକ ସଭାପତି ଚୟନ ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

(ରିପୋର୍ଟସ ଟୁଡ଼େ, ମୃତ୍ୟୁଞ୍ଜୟ): ବିଜେଡ଼ି ଚଳିତ ମାସ ୨ ତାରିଖରୁ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ପ୍ରତି ୱାର୍ଡ଼ରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ଚୟନ କରାଯାଇ ଦଳକୁ ଆହୁରି ମଜଭୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ କାର୍ଯ୍ୟକାରୀଣୀ ବୈଠକ ଜିଲ୍ଳା ସ୍ତରରେ କାର୍ଯ୍ୟ କାର୍ଯ୍ୟ କାରୀଣୀ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି । ଏହାପରେ ପ୍ରତିଟି ଜିଲ୍ଲାର ଜିଲ୍ଲା ସଭାପତି, ବ୍ଲକ ସଭାପତି ନିର୍ବାଚନ ପାଇଁ ଦଳ ସଜବାଜ ହେବ ବୋଲି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ପ୍ରସଙ୍ଗରେ ନିଜର ମନ୍ତବ୍ୟ ରଖିଛନ୍ତି ।