(ଜଗନ୍ନାଥ ଅଗ୍ରୱାଲ ) : ଅନୁଗୋଳ ନାଲକୋ ଟାଉନସିପ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ସଡକ ଦୂର୍ଘଟଣା। ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଗତ କାଲି ରାତି ପ୍ରାୟ ୮.୩୦ ମିନିଟ ସମୟରେ ଅନୁଗୋଳ ଜିଲ୍ଲା ବନରପାଳ ବ୍ଲକ ନାଲକୋ ଥାନା ପାଖ କୁଲାଡ଼ ଗାଁ ୫୫ ନମ୍ବର ଜାତୀୟ ରାଜପଥ ରେ ଦୁଇ ଜଣ ଏକ ମୋଟର ସାଇକେଲରେ ବଅଁରପାଳ ଆଡେ ଯାଉଥିବାବେଳେ ପଛ ପାଖରୁ ଏକ ଟ୍ରଲର ସେମାନଙ୍କୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମ଼ୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ଥିଲେ । ସେମାନେ ହେଲେ ବନ୍ତଳା ଶଙ୍ଖପୁର ନିବାସୀ ଅଜୟ ମହାପାତ୍ର ଓ ତାଙ୍କ ପତ୍ନୀ ରେବତୀ । ଦୁର୍ଘଟଣାକୁ ନେଇ ପରେ ଘଟଣାସ୍ଥଳରେ ଊତ୍ତେଜନା ଦେଖା ଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ରେ ସ୍ଥାନୀୟ ଲୋକେ ୫୫ ନମ୍ବର ଜାତୀୟ ରାଜପଥରେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥର ଊଭୟ ପାର୍ଶ୍ୱରେ ବହୁ ଗାଡି ମଟର ଅଟକି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।