ବରିଷ୍ଟ ସାମ୍ବାଦିକ କୁଲଦୀପ ନାୟାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

( ପ୍ରଶାନ୍ତ ସ୍ୱାଇଁ ) : ବରିଷ୍ଟ ସାମ୍ବାଦିକ କୁଲଦୀପ ନାୟାରଙ୍କ ମହାପ୍ରୟାଣ ଉପଲକ୍ଷେ ଉକ୍ରଳ ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ଶୋକସଭା ଆୟୋଜନ କରାଯାଇଛି । ଆଜି ପାରାଦୀପ ପ୍ରେସ୍ କ୍ଲବ ପରିସରରେ ଉକ୍ରଳ ସାମ୍ବାଦିକ ସଂଘର ସମସ୍ତ ସଭ୍ୟମାନଙ୍କ ଉପସ୍ଥିତରେ ବରିଷ୍ଟ ସାମ୍ବାଦିକ କୁଲଦୀପ ନାୟାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ସେହି ମହାନ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ୨ ମିନିଟ ନିରବ ପାର୍ଥନା କରାଯାଇଥିଲା । ସମସ୍ତ ସାମ୍ବାଦିକମାନେ ପ୍ରବିଣ ସାମ୍ବାଦିକଙ୍କ ଫୋଟଚିତ୍ରରେ ଭକ୍ତିପୁତ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । ପରେ ବରିଷ୍ଟ ସାମ୍ବାଦିକ ଗଂଗାଧର ରାଉତଙ୍କ ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ । ୧୯୨୩ ମସିହା ଅଗଷ୍ଟ ୧୪ ତରିଖରେ ଜନ୍ମିତ ସ୍ୱର୍ଗତ ନାୟାରଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସଂର୍ଘଷ ପୁର୍ଣ ଥିଲା । ଜୀବନ କାଳ ମଧ୍ୟରେ ସାମ୍ବାଦିକ ମାନଙ୍କ ପାଇଁ ସେ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ ସେଥି ମଧ୍ୟରୁ କେତେକ ପୁରଣ ହୋଇଥିବାବେଳେ କେତେକ ଅଧୁରା ରହିଯାଇଛି । ଏଥି ସହିତ ସେ ବିଭିନ୍ନ ପଦପଦବୀରେ ଉପନିତ ହୋଇଥିଲେ ମଧ୍ୟ ସେ ନିଜକୁ କେବେ ଗର୍ବିତ ଅନୁଭବ କରୁନଥିଲେ । ତେବେ ଗତ ୨୩ ତାରିଖ ଦିନ ତାଙ୍କର ଦେହାନ୍ତପରେ ସାରା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ଉକ୍ରଳ ସାମ୍ବାଦିକ ସଂଘ ପାରାଦିପ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ସମସ୍ତ ସଦସ୍ୟ ମିଳିତଭାବେ ପାର୍ଥନା କରିଥିଲେ ।