ସମ୍ମାନିତ ହେଲେ ଶ୍ରେଷ୍ଠ ବିଧାୟକ

( ଭୁବନେଶ୍ୱର) : ଆଜି ରାଜ୍ୟର ଶ୍ରେଷ୍ଠ ୨୪ ଜଣ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କୃତ କରାଯାଇଛି । ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ ବିଧାୟକ ଓ ବିଧାୟିକା ମାନଙ୍କୁ ପୁରସ୍କାର ସହ ମାନପତ୍ର ଓ ଉପଢୌକନ ଦିଆଯାଇ ପୁରସ୍କୃତ କରାଯାଇଛି । ୨୦୦୯ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ ଓ ବିଧାୟିକାମାନଙ୍କୁ ପଣ୍ଡିତ ନିଳକଣ୍ଠ ସମ୍ମାନ । ଶ୍ରେଷ୍ଠ ପୂର୍ବତନ ବିଧାୟକମାନଙ୍କୁ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ । ଶ୍ରେଷ୍ଠ ନବାଗତ ବିଧାୟକ ଓ ବିଧାୟିକାଙ୍କୁ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି ।

ଏନେଇ ଓଡିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ୨୪ ଜଣ ବିଧାୟକ ଓ ବିଧାୟିକାଙ୍କ ସୂଚୀ ପ୍ରକାଶ ପାଇଛି । ପଣ୍ଡିତ ନୀଳକଣ୍ଠ ସମ୍ମାନରେ ସମ୍ମାନିତ ହୋଇଥିବା ଶ୍ରେଷ୍ଠ ବିଧାୟକ ଓ ବିଧାୟିକା ହେଉଛନ୍ତ ୨୦୦୯ ମସିହା ପାଇଁ ବିଷ୍ଣୁ ଚରଣ ଦାସ ,୨୦୧୦ ମସିହା ପାଇଁ ଡ. ଅରୁଣ କୁମାର ସାହୁ ,୨୦୧୧ ମସିହା ପାଇଁ ପ୍ରଭାତ ରଂଜନ ବିଶ୍ୱାଳ ,୨୦୧୨ ମସିହା ପାଇଁ ଡ. ପ୍ରଫୁଲ୍ଲ ମାଝୀ ,୨୦୧୩ ମସିହା ପାଇଁ ଅମର ପ୍ରସାଦ ଶତପଥୀ ,୨୦୧୪ ମସିହା ପାଇଁ ପ୍ରମିଳା ମଲ୍ଲିକ,୨୦୧୫ ମସିହା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ମସିହା ପାଇଁ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପଣ୍ଡିତ ନିଳକଣ୍ଠ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏମାନଙ୍କୁ ପୁରସ୍କାର ସହ ମାନପତ୍ର , ଉପଢୌକନ ଏବଂ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି ।

ସେହିପରି ଶ୍ରେଷ୍ଠ ପୂର୍ବତନ ବିଧାୟକ ଭାବେ ୨୦୦୯ ମସିହା ପାଇଁ ସୁରେନ୍ଦ୍ରନାଥ ନାୟକ , ୨୦୧୦ ମସିହା ପାଇଁ ବିମ୍ବାଧର କୁଅଁର , ୨୦୧୧ ମସିହା ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ମସିହା ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ , ୨୦୧୩ ମସିହା ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ମସିହା ପାଇଁ ରାଜେନ୍ଦ୍ର ଢୋଲକିଆ , ୨୦୧୫ ମସିହା ପାଇଁ ସୁରେନ୍ଦ୍ର ପ୍ରସାଦ ପରମାଣିକ ଓ ୨୦୧୬ ମସିହା ପାଇଁ ଚକ୍ରଧର ପାଇକ ଉତ୍କଳ ଗୌରବ ମଧୁସୂଦନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏମାନଙ୍କୁ ପୁରସ୍କାର ସହ ମାନପତ୍ର , ଉପଢୌକନ ଏବଂ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ଶ୍ରେଷ୍ଠ ନବାଗତ ବିଧାୟକ ଓ ବିଧାୟିକା ଭାବେ ୨୦୦୯ ମସିହା ପାଇଁ ସଂଜୟ କୁମାର ଦାସବର୍ମା , ୨୦୧୦ ମସିହା ପାଇଁ ପ୍ରୀତି ରଂଜନ ଘଡାଇ ,୨୦୧୧ ମସିହା ପାଇଁ ସମୀର ରଂଜନ ଦାଶ , ୨୦୧୨ ମସିହା ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ ,୨୦୧୩ ମସିହା ପାଇଁ ବିଜୟ କୁମାର ମହାନ୍ତି ,୨୦୧୪ ମସିହା ପାଇଁ ଡା. ରାସେଶ୍ୱରୀ ପାଣିଗ୍ରାହୀ ,୨୦୧୫ ମସିହା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏବଂ ୨୦୧୬ ମସିହା ପାଇଁ ପ୍ରଦୀପ ପୁରୋହିତ ଉକ୍ରଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏମାନଙ୍କୁ ପୁରସ୍କାର ସହ ମାନପତ୍ର , ଉଢୌକନ ଏବଂ ୫୦ ହଜାର ଟଙ୍କା ଅର୍ଥ ପ୍ରଦାନ କରାଯାଇଛି ।