ବିଧାନପରିଷଦ ଗଠନ ସମେତ ୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

(ଭୂବନେଶ୍ୱର) : ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୮ଟି ପ୍ରସ୍ତାବ ପାରିତ ହୋଇଛି । ପ୍ରସ୍ତାବିତ ବିଧାନପରିଷଦ ଗଠନ ଲାଗି ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମଳିଛି । ଏହାକୁ ଚଳିତ ବିଧାନସଭା ମୌସୁମୀ ଅଧିବେସନରେ ପାରିତ କରାଯିବ । ସେହିଭଳି ରାଜ୍ୟରେ ଜିଏସଟି ବ୍ୟବସ୍ଥାକୁ ସରଳ ଓ ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଟିକସ ବ୍ୟବସ୍ଥାର ପୁନଃ ସ୍ଥାପନ ହୋଇଛି । ସେହିପରି କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିଥିବା ବ୍ୟାଙ୍କ ଋଣର ପରିଶୋଧ ଅବଧିକୁ ୧୦ ବର୍ଷରୁ ୧୫ ବର୍ଷକୁ ବୃଦ୍ଧି କରାଯିବା ସହିତ ଶିକ୍ଷା ଋଣ ପ୍ରଦାନର ସମୟ ସୀମାକୁ ବୃଦ୍ଧି କରାଯାଇ ଅଧିକ ପାଠ୍ୟକ୍ରମକୁ ସାମିଲ କରାଯିବାପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି । ସେହିପରି ରାଜ୍ୟରେ ହୀନ୍ଦୁଧର୍ମାନୁଷ୍ଠାନ ଗୁଡିକର ସ୍ୱାର୍ଥ ସୁରକ୍ଷା ପାଇଁ ଓଡିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ରେ ସଂସୋଧନ କରାଯାଇଛି । ସେହିପରି ଓଡିଶା ଅଧିକାରି ନିୟମ ୨୦୦୨କୁ ସଂସୋଧନ କରାଯାଇ ୩୧ ଟି ଅବକାରୀ ଅଧିକାରୀ ପଦକୁ ଅବକାରୀ ଉପ-ଅଧିକ୍ଷକମାନଙ୍କ ପଦୋନ୍ନତି ଆଧାରରେ ପୁରଣ କରିବା ପାଇଁ କ୍ୟାବିୁନେଟରେ ମୋହର ବାଜିଛି । ସେହିପରି ବିହାର ଏବଂ ଓଡିଶା ତୀର୍ଥସ୍ଥାନ ଆଇନ ୧୯୨୦ କୁ ଉଚ୍ଛେଦ କରାଯାଇଥିବା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ ।