ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ବେଗୁନିଆରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

(ଭୂବନେଶ୍ୱର) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡବେରଣା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା.ଏପରି ଅଭିଯୋଗ ଆଣିଛନ୍ତି ବଡବେରଣା ଗ୍ରାମବାସୀ । ୬ ଦିନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପାହଞ୍ଚିଲାଣି ୮ରେ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିଶୋଧାତ୍ମକ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ନିୟମ ଅନୁଯାଇ ଉକ୍ତ ଗ୍ରାମରେ ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପ ଖୋଲାଯିବା କଥା । ଏହା ସହ ଆକ୍ରାନ୍ତ ହୋଇଥିବା ପରିବାରର ସଦସ୍ୟ ଓ ପଡୋଶୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା କରାଇବା କଥା ଏବଂ ଡିଡିଟିସିଞ୍ଚନ କରିବା କଥା କିନ୍ତୁ ଏ ପର୍ଯ୍ୟନ୍ତ ତାହା କରାଯାଇ ନାହିଁ ଫଳରେ ବଡବେରଣାରେ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହି ଗ୍ରାମରେ ପ୍ରଥମେ ଡେଙ୍ଗୁ ଭୁତାଣୁ ନିଖିଳ ବିହାରୀ ମହାପାତ୍ରଙ୍କ ଠାରୁ ବାହାରିବା ପରେ ଏହା ୮ ଜଣଙ୍କୁ ବ୍ୟାପିଲାଣି ।

ସେହିପରି ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତର ତଳଗଡ ଗ୍ରାମରେ ମଧ୍ୟ ଜଣଙ୍କୁ ଏହି ରୋଗ ହୋଇଥିବା ସୂଚନା ମିଲିଛି । ତେବେ ସମସ୍ତ ଆକ୍ରାନ୍ତ ମାନେ ଏବେ ରାଜଧାନୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।