ଗଗନଯାନ ଅଭିଯାନରେ ଋଷ ସହଯୋଗ କରିବାକୁ ଆଗ୍ରହୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତର ଗଗନଯାନ ଅଭିଯାନ ପାଇଁ ସହଯୋଗ ହାତ ବଢାଇଛି ଋଷ । ୨୦୨୨ରେ ଗଗନଯାନ ଅଭିଯାନରେ ମହାକାଶକୁ ୩-୪ ଜଣ ମହାକାଶଚାରୀ ପଠାଇବାକୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣାକୁ ରୂପ ଦେବାକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପ୍ରସ୍ତୁତି ଜୋରଦାର କରିଛି ।
ମହାକାଶଚାରୀ ଚୟନ ଓ ପ୍ରଶିକ୍ଷଣ ପାଇଁ ସହଯୋଗର ହାତ ବଢାଇଛି ଋଷ । ୧୨ ଜଣ ମହାକାଚାରୀଙ୍କୁ ଚୟନ କରାଯିବା ପରେ ସେମାନଙ୍କୁ ପ୍ରଶିକ୍ଷଣ ଦେବ ଋଷ । ଏହା ପରେ ୪ ଜଣ ମହାକାଶଚାରୀଙ୍କୁ ବଛାଯିବ । ନିକଟରେ ମସ୍କୋ ଗସ୍ତରେ ଯାଇଥିବା ଭାରତୀୟ ପ୍ରତିରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଋଷ ସହ ଆଲୋଚନା କରିଛନ୍ତି। ଏହି ପ୍ରଶିକ୍ଷାର୍ଥୀଙ୍କୁ ମସ୍କୋର ଷ୍ଟାର ସିଟି ସ୍ଥିତ ୟୁରି ଗାଗାରିନ୍ କସ୍ମୋନଟ୍ ଟ୍ରେନିଂ ସେଂଟରରେ ତାଲିମ ଦିଆଯିବ ।