ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

( ଭୁବନେଶ୍ୱର): କେରଳର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଲୋକମାନଙ୍କର ସହୟତା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହୟତା ପ୍ରଦାନ କରାଯାଇଛି ।
ଓଡିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ ପକ୍ଷରୁ କେରଳ ବନ୍ୟା ଦୁର୍ଗତଙ୍କ ନିମନ୍ତେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀମତି ରେଣୁବାଳା ପ୍ରଧାନ ତାଙ୍କର ଏକମାସର ପେନସନ ୨୧୫୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମନଙ୍କୁ ବଦାନ୍ୟତା ଓ ମାନବିକତା ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।