(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରାୟନ-୨ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଚନ୍ଦ୍ରାୟନ-୨ ଆଜି ସକାଳ ୯ଟା୨ ମିନିଟ୍ରେ ଚନ୍ଦ୍ରପୃଷ୍ଟର କକ୍ଷ ପଥକୁ ପ୍ରବେଶ କରିବା ପରେ ପରିକ୍ରମ ଆରମ୍ଭ କରିଥିବା ସୂଚନା ମିଳିଛି ।
୨ ଚନ୍ଦ୍ରପୃଷ୍ଠର କକ୍ଷପଥରେ ପହଞ୍ଚିବା ପରେ ସ୍ପେସକ୍ରାଫ୍ଟରେ ୪ ଥର ଚନ୍ଦ୍ରକୁ ପରିକ୍ରମା କରିବ । ଏହା ପରେ ଚନ୍ଦ୍ରାୟନଠାରୁ ଲ୍ୟାଣ୍ଡର ଗ୍ରୋଭର ଅଲଗା ହେବ ଓ ଚନ୍ଦ୍ରର ମେରୁ ଉପର ଦେଇ ୧୦୦ କିଲେମିଟର ଦୂର ନିଜର ଅନ୍ତିମ ଲକ୍ଷ୍ୟସ୍ଥଳରେ ପହଂଚିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରରେ ଚନ୍ଦ୍ରଯାନ-୨ ଅବତରଣ କରିବାର ସମ୍ଭାବନା ରହିଛି ଜ୍ଝ ଚନ୍ଦ୍ରଯାନ-୨ର ଲିକ୍ୱିଡ ଇଂଜିନ ଏହି ମହାକାଶ ଯାନକୁ ଚନ୍ଦ୍ରର କକ୍ଷରେ ପ୍ରବେଶ କରାଇଛି । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଚନ୍ଦ୍ର ଚାରିପଟେ ଆହୁରି ୪ଥର( ଅରବିଟ ମାନ୍ୟୁବର) ଘୂରିବା ପରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।